ବରଗଡ଼ ଭଟଲି ଭଟିଗାଁରେ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ଼ ଭଟଲି ବ୍ଲକ୍‌ ଅନ୍ତର୍ଗତ ଭଟିଗାଁରେ ଏକ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଜଣ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ମୃତକ ହେଲେ ଭଟିଗାଁ ଗାଁର ରଘୁ ଭୁଏ ଓ ତାଙ୍କ ପତ୍ନୀ ପ୍ରଦିଷ୍ଠା ଭୁଏ । ଭଟଲି ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ତେବେ ଗତ ଡିସେମ୍ବର ମାସ ୨ତାରିଖରେ ରଘୁ ଭୁଏ ଓ ପଦିଷ୍ଠା ଭୁଏଙ୍କର ଏକ ମାତ୍ର ୧୯ବର୍ଷର ଝିଅ ସସ୍ମିତା ଭୂଏଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଟାଙ୍ଗିଆରେ ହାଣୀ ହତ୍ୟା କରିଥିଲା ।

ରଘୁ ଭୁଏ ତାଙ୍କ ଏକମାତ୍ର ଝିଅର ବିବାହ ଠିକ କରିଦେଇଥିବା ବେଳେ ତାଙ୍କ ଝିଅର ପ୍ରେମିକ ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣୀ ରଘୁଙ୍କ ଝିଅକୁ ହତ୍ୟା କରିଥିଲା । ପୋଲିସ ଏହି ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀକୁ ଗିରଫ କରି ଜେଲକୁ ପଠାଇ ଥିଲା । ମାତ୍ର ରଘୁ ଭୁଏ ଓ ତାଙ୍କ ସ୍ତ୍ରୀ ଏହି ଘଟଣାକୁ ଭୁଲି ପାରିନଥିଲେ ଓ ଡିପ୍ରେସନକୁ ଚାଲିଯାଇଥିଲେ । ଘଟଣାର ସଠିକ୍‌ ତଦନ୍ତ କରାଯାଇନଥିବା ପରିବାରଲୋକେ ଅଭିଯୋଗ କରିଥିଲେ। ସେଥିପାଇଁ ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

 

 

Leave A Reply

Your email address will not be published.