ହୋଇଥାନ୍ତେ ରାଜନେତା, ହୋଇଗଲେ ବିଚାରପତି; ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା
ମୁଁ ରାଜନୀତିରେ ଯୋଗଦେବାକୁ ଆଗ୍ରହୀ ଥିଲି କିନ୍ତୁ ଭାଗ୍ୟ ଅନ୍ୟ ଦିଗରେ ନେଇଗଲା। ଏଭଳି ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା। ସେ ଜଣେ ବିଚାରପତି ହୋଇଥିବାରୁ ତାଙ୍କର କୌଣସି ଅବଶୋଷ ନଥିବା କଥା ମଧ୍ୟ ସେ କହିଛନ୍ତି। ରାଞ୍ଚିର ନ୍ୟାସନାଲ ୟୁନିଭରସିଟି ଅଫ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ ଲ ପକ୍ଷରୁ ଆୟୋଜିତ ଜଷ୍ଟିସ ଏସ ବି ସିହ୍ନା ସ୍ମାରକୀ ଵକ୍ତୃତାମାଳାରେ ଲାଇଫ ଅଫ ଏ ଜଜ ଶୀର୍ଷକ ଉଦଘାଟନୀ ବକ୍ତବ୍ୟ ପ୍ରଦାନ ଅବସରରେ ପ୍ରଧାନ ବିଚାରପତି ଏହା କହିଛନ୍ତି। ଜଷ୍ଟିସ ଜଣେ ଗ୍ରାମୀଣ କୃଷକ ପରିବାରରେ ଜନ୍ମଗ୍ରହଣ କରିଛନ୍ତି। ସେ ସପ୍ତମ କିମ୍ବା ଅଷ୍ଟମ ପଢିବା ବେଳେ ଇଂରାଜୀ ଆରମ୍ଭ ହୋଇଥିଲା। ସେତେବେଳେ ମାଟ୍ରିକ ପାସ କରିବା ବଡ଼ ସଫଳତା ବୋଲି ବିବେଚନା କରାଯାଉଥିଲା। ସେ ବିଏସସି ସାରିବା ପରେ ବାପାଙ୍କ ଠାରୁ ପ୍ରୋତ୍ସାହନ ପାଇ ଆଇନ ଡିଗ୍ରୀ ହାସଲ କରିଥିଲେ। ବିଜୟୱାଡାରେ ଏକ ମାଜିଷ୍ଟ୍ରେଟ କୋର୍ଟରେ ପ୍ରାକ୍ଟିସ ଆରମ୍ଭ କରି ଥିବା ବେଳେ ତାପରେ ହାଇକୋର୍ଟରେ ପ୍ରାକ୍ଟିସ ପାଇଁ ହାଇଦ୍ରାବାଦ ଯାଇଥିଲେ। ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ କଠିନ ପରିଶ୍ରମ କରି ବିଚାରପତି ହେବାର ସୁଯୋଗ ପାଇଥିଲି। ଜଣେ ବିଚାରପତିର ଜୀବନ ସହଜ ସାଧ୍ୟ ନୁହେଁ। ଜଣେ ବିଚାରପତିଙ୍କ କାମ ସପ୍ତାହନ୍ତ ଏବଂ ଛୁଟି ଦିନରେ ମଧ୍ୟ ଥାଏ। ଫଳରେ ତାଙ୍କୁ ଜୀବନର ଅନେକ ଖୁସି ହରାଇବାକୁ ପଡିଥାଏ। ଏପରିକି ଅନେକ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ଉତ୍ସବରୁ ନିଜକୁ ବାଦ ଦେବାକୁ ବାଧ୍ୟ ହୋଇଥାଏ ଜଣେ ବିଚାରପତି। ପ୍ରତ୍ୟେକ ଦିନର ଶୁଣାଣି କରିବାକୁ ତା ପୂର୍ବ ଦିନରୁ ବିଚାରପତି ମାନଙ୍କୁ ଘଂଟା ଘଂଟା ପରିଶ୍ରମ କରିବାକୁ ପଡିଥାଏ। ପ୍ରତ୍ୟେକ ଦିନ ଘଂଟା ଘଂଟା ବହି ପଢି ନୋଟ ପ୍ରସ୍ତୁତ କରିବାକୁ ହୁଏ। ଏଥିପାଇଁ ବିଚାରପତିମାନଙ୍କୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅନିଦ୍ରା ରହିବାକୁ ପଡୁଥିବା ବେଳେ ସପ୍ତାହ ଶେଷର ଛୁଟି ଦିନ କିମ୍ବା କୋର୍ଟର ଛୁଟି ଦିନରେ ରିସର୍ଚ୍ଚ କାମ କିମ୍ବା ପଡି ରହିଥିବା ମାମଲାର ବିଚାର ପାଇଁ ପ୍ରସ୍ତୁତି କରିବାକୁ ପଡିଥାଏ। ଏହାରି ଭିତରେ ବିଚାରପତି ମାନେ ଜୀବନର ଅନେକ ଖୁସିକୁ ଭୁଲି ଯାଇଥାନ୍ତି, ଏପରିକି ଅନେକ ପାରିବାରିକ ଉତ୍ସବରେ ମଧ୍ୟ ଯୋଗ ଦେଇ ପାରି ନ ଥାନ୍ତି। ଏକ ସମ୍ମିଳନୀରେ ଅଂଶଗ୍ରହଣ କରି ଜଣେ ବିଚାରପତିର ପ୍ରକୃତ ଜୀବନୀ ବାବଦରେ କିଛି ଅନୁଭୂତିକୁ ବାଖାଣିଛନ୍ତି ଜଷ୍ଟିସ ଏନ.ଭି ରମଣା ।