ମୁଁ ବିଜେପି ସହ କେବେ ଯିବି ନାହିଁ: ଶରଦ ପାୱାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି । ଏହାରି ଭିତୋର ମହାରାଷ୍ଟ୍ରର ସାଙ୍ଗୋଲାରେ ଜାତୀୟତାବାଦୀ କଂଗ୍ରେସ ଦଳର ପ୍ରତିଷ୍ଠାତା ଶରଦ ପାୱାର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଆୟୋଜିତ ଗୁପ୍ତ ବୈଠକ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, କିଛି ଶୁଭଚିନ୍ତକ ମୋତେ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ମୁଁ କେବେବି ଭାଜପା ସହିତ ଯିବି ନାହିଁ। ଅଜିତ ପାୱାରଙ୍କ ସହ ମୋର ସାକ୍ଷାତ ଲୁଚାଛପା ନୁହେଁ। ସେ ମୋର ପୁତୁରା ଏବଂ ମୁଁ ପରିବାରର ବରିଷ୍ଠ ସଦସ୍ୟ।

ଏହାପୂର୍ବରୁ ପୁଣେରେ ଶରଦ ପାୱାର ଏବଂ ଏନସିପିର ବିଦ୍ରୋହୀ ଦଳର ନେତା ଅଜିତ ପାୱାରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଥିଲା। ଏନେଇ ଏନସିପି ରାଜ୍ୟ ୟୁନିଟ ସଭାପତି ଜୟନ୍ତ ପାଟିଲ କହିଛନ୍ତି,ଦଳର ପ୍ରତିଷ୍ଠାତା ଏବଂ ପୁତୁରାଙ୍କ ମଧ୍ୟରେ କ’ଣ ଘଟିଛି ସେ ଜାଣି ନାହାଁନ୍ତି ଏବଂ ଏହା ଗୁପ୍ତ ବୈଠକ ନୁହେଁ।

 

Leave A Reply

Your email address will not be published.