ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ଗୋଟିଏ ସର୍ତ୍ତରେ: ଉଦ୍ଧବ ଠାକରେ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରରେ ଏବେ ଟଳମଳ ଅବସ୍ଥାରେ ମେଣ୍ଟ ସରକାର । ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବହୁ ବିଧାୟକ ସୁରତର ଏକ ହୋଟେଲରେ ଏକାଠି ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିପଦ ବଢ଼ିଯାଇଛି । ତେବେ ବିଜେପି ସହିତ ଶିବସେନା ମିଶି ମହାରାଷ୍ଟ୍ରରେ ସରକାର ଗଠନ କରୁ ବୋଲି ଏକନାଥ କହିଥିଲେ । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି ।

ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକ୍ ଲାଇଭରେ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କ୍ଷମତାରେ ରହିବା ପାଇଁ ମୋର କୌଣସି ପ୍ରକାର ଲୋଭ ନାହିଁ । ଯଦି ଶିବ ସୈନିକମାନେ ମୋ ଉପରେ ଅସନ୍ତୁଷ୍ଟ ରହିଛନ୍ତି, ତେବେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ । ଯଦି ମୁଁ ବିଧାୟକମାନଙ୍କର ବିଶ୍ୱାସ ହରାଇଛି, ତେବେ ପଦରେ ରହିବାର ମୋର କୌଣସି ଯୋଗ୍ୟତା ନାହିଁ ।

ସେ ପୁଣି କହିଛନ୍ତି, ମୁଁ ଶିବସେନା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ଯଦି ଶିବସେନା ପାର୍ଟିର ଜଣେ ବିଧାୟକ ପରବର୍ତ୍ତୀ ସିଏମ୍ ହେବେ, ତେବେ ମୁଁ ମୋ ପଦରୁ ଇସ୍ତଫା ଦେବି । ଶିବ ସୈନିକମାନେ ମୋ ସହ ବିଶ୍ୱାସଘାତକତା କରନ୍ତୁ ନାହିଁ। ଯଦି କାହାର କିଛି ଅଭିଯୋଗ ଅଛି, ତେବେ ମୋ ସହିତ କାହିଁକି ଆଲୋଚନା କଲେ ନାହିଁ । ତେବେ ଉଦ୍ଧବ ଠାକରେ ଆଗକୁ କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

Leave A Reply

Your email address will not be published.