IED ବିସ୍ଫୋରଣ, ୨ ଯବାନ ଗୁରୁତର

0

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀଙ୍କ IED ବିସ୍ଫୋରଣ।IED ବିସ୍ଫୋରଣରେ ଦୁଇ CRPF ଯବାନ ଗୁରୁତର। ଗୁରୁତର ୨ ଯବାନ ଦନ୍ତେୱାଡ଼ା ମେଡିକାଲ୍‌ରେ ଭର୍ତ୍ତି।ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜୋରଦାର।ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଦନ୍ତେୱାଡ଼ା ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ସିଆରପିଏଫ୍‌ ଯବାନମାନେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି।

ଏହି ଅଘଟଣ ମାଲବାହୀ ଥାନା ଅଂଚଳର ସାତଧାର ଏବଂ ସାଲେବାହୀ ଅଂଚଳରେ ଘଟିଛି। ଆହତ ହୋଇଥିବା ଦୁଇ ସିଆରପିଏଫ ଯବାନ ହେଲେ ଇନସପେକ୍ଟର ଦିବାନ ସିଂ ଗୁର୍ଜର ଏବଂ କନେଷ୍ଟବଲଆଲମ ମୁନେଶ। ଏହି ଦୁଇ ଯବାନ ୧୯୫ ସିଆରପିଏଫ ବାଟାଲିନୟର ବୋଲି ଜଣାପଡିଛି।

Leave A Reply

Your email address will not be published.