IED ବିସ୍ଫୋରଣ ଅଫିସର୍ ଗୁରୁତର

0

ଓଡ଼ିଆ ନ୍ୟୁଜ୍: ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ IED ବୋମା ବିସ୍ଫୋରଣ।ସିଆର୍‌ପିଏଫ୍‌ ଅଫିସର୍ ଗୁରୁତର, ରାଉରକେଲା ହସ୍‌ପିଟାଲ୍‌କୁ ସ୍ଥାନାନ୍ତର। ଅନ୍ୟ ଏକ ସ୍ଥାନରେ ନକ୍ସଲମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଏକ କଲଭର୍ଟ ମଧ୍ୟ ଉଡ଼ାଇ ଦେଇଛନ୍ତି। ଉଭୟ ଘଟଣା ଆଜି ସନ୍ଧ୍ୟାରେ ଘଟିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ ଜିଲ୍ଲା ପୁଲିସ, ସିଆରପିଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀର ଯବାନମାନେ ସରଣ୍ଡାର ଜରାଇକେଲା ଥାନା ଅଧୀନରେ ଥିବା ସମଠା ଅଞ୍ଚଳର ବାବୁଡେରା ଗାଁରେ ମାଓ ବିରୋଧୀ ଅଭିଯାନ ଚଳାଇଥିଲେ। ଏହି ସମୟରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫ ୬୦ ବାଟାଲିୟନର ଇନ୍ସପେକ୍ଟର କେକେ ମିଶ୍ର ଗୁରୁତର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଝାଡ଼ଖଣ୍ଡ ସରକାରୀ ହସ୍ପିଟାଲର ଡାକ୍ତରୀ ଦଳ ଘଟଣାସ୍ଥଳକୁ ପହଞ୍ଚିଛନ୍ତି।

Leave A Reply

Your email address will not be published.