ମୋଦୀଙ୍କ ବିରୋଧରେ ପ୍ରିୟଙ୍କା ଲଢିଲେ, ପ୍ରିୟଙ୍କା ଜିତିବେ: ସଞ୍ଜୟ ରାଉତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଶିବସେନା(ଉଦ୍ଧବ ଠାକରେ ଗ୍ରୁପ) ନେତା ସଞ୍ଜୟ ରାଉତ, କହିଛନ୍ତି ଯଦି ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢନ୍ତି ତେବେ ସେ ବିଜୟୀ ହେବା ନିଶ୍ଚିତ। କାରଣ ବାରାଣସୀର ଲୋକେ ପ୍ରିୟଙ୍କାକୁ ଚାହୁଁଛନ୍ତି। ତେଣୁ ବାରାଣସୀ ଓ ଆମେଠିର ଲଢେଇ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ କଠିନ ହେବ ବୋଲି ସେ କହିଛନ୍ତି।

ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ ରବିବାର ମୁମ୍ବାଇରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ ଏହି ଦାବି କରିଛନ୍ତି। ଶିବସେନା (ୟୁବିଟି) ଏମପି କହିଛନ୍ତି ଯେ ଯଦି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲୋକ ସଭା ଆସନ ପାଇବା କଷ୍ଟକର ହେବ। ସେ କହିଛନ୍ତି ମୁଁ ନିଶ୍ଚିତ ଯେ ପ୍ରିୟଙ୍କା ଜିତିବେ। ରାଉତ କହିଛନ୍ତି ଯେ ୨୦୨୪ରେ ସାରା ଦେଶ ରାହୁଲ ଗାନ୍ଧୀଙ୍କ ସହ ଛିଡା ହେବ।

Leave A Reply

Your email address will not be published.