୧୦୦ ଟଙ୍କା ମାରିଲେ ଏଟିଏମ୍ରୁ ବାହାରୁଛି ୫୦୦ ଟଙ୍କା

0

ମହାରାଷ୍ଟ୍ର(ଓଡ଼ିଆ ନ୍ୟୁଜ୍‌): ୧୦୦ ଟଙ୍କା ମାରିଲେ ଏଟିଏମ୍ରୁ ବାହାରୁଛି ୫୦୦ ଟଙ୍କା । ଏକଥା ଶୁଣିଲେ ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହଁ ଆଜ୍ଞା କଥାଟି ସତ,ସାଧାରଣତଃ ଏଟିଏମ୍ରେ ଆମେ ଯେତିକି ଟଙ୍କା ଟାଇପ୍ କରୁ ସେତିକି ଟଙ୍କା ହିଁ ବାହାରେ। ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଖାରଖେଡ଼ା ଅଞ୍ଚଳରେ ଏକ ଏଟିଏମ୍‌ରେ ୧୦୦ ଟଙ୍କା ମାରିଲେ ବାହାରୁଛି ୫୦୦ ଟଙ୍କା । ବୁଧବାର ଏକ ପ୍ରାଇଭେଟ୍ ବ୍ୟାଙ୍କର ଏଟିଏମ୍ରୁ ଟାଇପ୍ କରାଯାଇଥିବା ଟଙ୍କା ବଦଳରେ ୫ ଗୁଣ ଅଧିକ ଟଙ୍କା ବାହାରିଛି। ଏହି ଏଟିଏମ୍କୁ ଜଣେ ବ୍ୟକ୍ତି ୫୦୦ ଟଙ୍କା ଉଠାଇବାକୁ ଯାଇଥିଲେ। ଏଥିପାଇଁ ସେ ୫୦୦ ଟଙ୍କା ଟାଇପ୍ କରିଥିଲେ। କିନ୍ତୁ ଏଟିଏମ୍ରୁ ଗୋଟିଏ ୫୦୦ ଟଙ୍କା ବଦଳରେ ୫ଟି ୫୦୦ ଟଙ୍କିଆ ନୋଟ୍ ବାହାରିଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତା’ ପରେ ସେ ପୁଣିଥରେ ୫୦୦ ଟଙ୍କା ବାହାର କରିଥିଲେ। କିନ୍ତୁ ଏଥରକ ବି ୨୫୦୦ ଟଙ୍କା ବାହାରିଥିଲା। ସେ ବୁଝିଯାଇଥିଲେ ଯେ ଏହି ଏଟିଏମ୍ରୁ ୫ ଗୁଣ ଅଧିକ ଟଙ୍କା ବାହାରୁଛି।

ଏ ନେଇ ବ୍ୟକ୍ତି ଜଣକ ସ୍ଥାନୀୟ ଲୋକଙ୍କୁ କହିବାରୁ ଏହି ଏଟିଏମ୍ରୁ ଟଙ୍କା ନେବା ପାଇଁ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଲୋକମାନେ ଏହି ଏଟିଏମ୍କୁ ୫ ଗୁଣା ଅଧିକ ପଇସା ନେବାକୁ ଲାଇନ୍ ଲଗାଇ ଠିଆ ହୋଇ ଯାଇଥିଲେ। ତେବେ ଏ ନେଇ ପୋଲିସ ପାଖରେ ଖବର ପହଞ୍ଚିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍କୁ ବନ୍ଦ କରିଛି ପୋଲିସ । ପରେ ଖବର ପାଇ ବ୍ୟାଙ୍କ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ କହିବାନୁସାରେ, ୧୦୦ ଟଙ୍କା ରଖାଯାଇଥିବା ଟ୍ରେରେ ଭୁଲରେ ୫୦୦ ଟଙ୍କିଆ ନୋଟ୍ ରଖି ଦିଆଯାଇଥିଲା। ଫଳରେ ୧୦୦ ଟଙ୍କା ଜାଗାରେ ୫୦୦ ଟଙ୍କା ବାହାରୁ ଥିଲା।

Leave A Reply

Your email address will not be published.