ଲୋକସେବା ଭବନରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ସେବାୟତଙ୍କ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ହୋଇଥିଲା ଆଲୋଚନା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଲୋକସେବା ଭବନରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ।ମୁଖ୍ୟଶାସନ ସଚିବଙ୍କ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ।ବୈଠକରେ 3ନିଯୋଗର ସଭାପତି ସମ୍ପାଦକଙ୍କ ସହିତ ମନ୍ତ୍ରୀ ଅଶୋକ ପଣ୍ଡା,ରାଜସ୍ବ ଓ ଆଇନ ମନ୍ତ୍ରୀ,ଅର୍ଥ ,ରାଜସ୍ବ ସଚିବ,ଦେବୋତ୍ତର କମିଶନର ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ 4ଟି ପ୍ରସଙ୍ଗ ଉପରେ ହୋଇଥିଲା ଆଲୋଚନା। ବିଶେଷ କରି ସେବାୟତଙ୍କ ନାମରେ ଥିବା ଜମି ଲିଙ୍ଗରାଜଙ୍କ ନାଁ କୁ ଉଠିବା,ମନ୍ଦିର ସ୍ଥାୟୀ ଟ୍ରଷ୍ଟ ଗଠନ,ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଏବଂ ସେବାୟତଙ୍କ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ହୋଇଥିଲା ଆଲୋଚନା।କୌଣସି ନିଷ୍କର୍ଷ ବାହାରି ନଥିବା ବେଳେ ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ଆଶାବାଦୀ ବଡୁ ନିଯୋଗ ସମ୍ପାଦକ ।

Leave A Reply

Your email address will not be published.