ଓଡ଼ିଶାରେ ହୋଲି ପାଳିଲେ ବିଗ ବସ୍ ବିଜୟିନୀ ତେଜସ୍ୱୀ ପ୍ରକାଶ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ହୋଲି ସେଲିବ୍ରେସନ ପାଇଁ ଓଡ଼ିଶାରେ ପାଦ ଥାପିଥିଲେ ବିଗ ବସ୍ ବିଜୟିନୀ ତେଜସ୍ୱୀ ପ୍ରକାଶ । ତାଙ୍କୁ ନେଇ ଦମଦାର ହେଲା ପ୍ରି-ହୋଲି ସେଲିବ୍ରେସନ୍ l ବସନ୍ତର ପ୍ରାରମ୍ଭରେ ଉଡିଥିଲା ଅବୀର । ସମ୍ପର୍କରେ ଲାଗିଥିଲା ପ୍ରେମର ରଙ୍ଗ । ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ରଙ୍ଗର ଖେଳରେ ହୋଇଥିଲେ ମସଗୁଲ l ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଥିବା ବ୍ଲୁ ସ୍ପଲାସ ଓ୍ବାଟର ପାର୍କରେ ଆୟୋଜିତ ହୋଇଥିଲା ହୋଲି ସେଲିବ୍ରେସନ । ମୁଖ୍ୟ ଆକର୍ଷଣ ଥିଲେ ତେଜସ୍ୱୀ ପ୍ରକାଶ ।

ଏହି କାର୍ଯ୍ୟକ୍ରମ ୨ଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ନମ୍ବର ଏକ ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ କ୍ୟାମ୍ପସରେ ଚାଲିଥିଲା | ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ ଙ୍କ ସମେତ ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ କଳାକାର ମାନେ ମଧ୍ୟ ପରିବେଷଣ କରିଥିଲେ, ସେମାନଙ୍କ ମଧ୍ୟରେ ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍, ରୂପଶ୍ରୀ ଙ୍କ ବ୍ୟତୀତ ଗୁଡୁ, ଅଭିଜିତ୍ ଦାଶ, ସଞ୍ଜୟ, ନିର୍ଦ୍ଦେଶକ ବାବୁ ବାବୁ ଓ ଅନ୍ୟମାନେ ମଧ୍ୟ ସାମିଲ୍ ଥିଲେ l ତେବେ ତେଜସ୍ୱୀ ଓଡିଶା ଆସିଥିବା ଯୋଗୁଁ ଦର୍ଶକ ଉତ୍ସାହିତ ଥିଲେ ଏବଂ ବହୁମାତ୍ରା ରେ ‘ଫଲ ରସିୟା’ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଫଲ ରସିୟା କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣୀ, ଉତ୍କଳ ଚାମ୍ବର ଅଫ କମର୍ସ ର ସଭାପତି ବ୍ରହ୍ମା ମିଶ୍ର, ଉତ୍କଳ ଚାମ୍ବର୍ ଅଫ କମର୍ସ ର ସମ୍ପାଦକ ଅଶୋକ ଶାରଦା, ସନ୍ ଗ୍ରୀନ ଗ୍ରୁପ ର ପରିଚାଳନା ନିର୍ଦ୍ଦେଶକ ରାଜୀବ ପୂଜାରୀ, ପର୍ପଲ ର ଓଡିଶା ASM ଗୈ।ତମ ବେହେରା ଯୋଗ ଦେଇ ଉଚ୍ଚ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ l ରଙ୍ଗର ପର୍ବକୁ ନେଇ ଏଭଳି ଏକ କାର୍ଯ୍ୟକ୍ରମକୁ ପରିକଳ୍ପନା ଓ ଆୟୋଜନ କରିଥିଲେ ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ନିର୍ଦ୍ଦେଶକ ରୁଦ୍ର ନାରାୟଣ ବେହେରା ଓ ଆମ ଟିଭିର ନିର୍ଦ୍ଦେଶକ ମିଡିଆ ପ୍ଲାନର ପ୍ରଣୟ ଜେଠୀ। କାର୍ଯ୍ୟକ୍ରମକୁ ପରିଚାଳନା‌ କରିଥିଲେ ଗ୍ଲାମର 77ର ନିର୍ଦ୍ଦେଶକ ସଞ୍ଜୟ ମହାକୁଡ ଓ ଆର ଇଭେଣ୍ଟସ ର ନିର୍ଦ୍ଦେଶକ ରକି ଇନାୟତ।

Leave A Reply

Your email address will not be published.