ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସିଫର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ। ସିଫର ମାମଲାରେ ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ଏଫଆଇଏ ଦୋଷୀ ସାବ୍ୟସ୍ତ କରିଛି। ନ୍ୟୁଜ ଏଜେନ୍ସି ପିଟିଆଇ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଜିଓଟିଭି ଏହି ସୂଚନା ଦେଇଛି।
ପାକିସ୍ତାନୀ ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି ଉଭୟଙ୍କ ବିରୋଧରେ ଏକ ସ୍ବତନ୍ତ୍ର କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ଉଭୟ ପିଟିଆଇ ମୁଖ୍ୟ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବର୍ତ୍ତମାନ ନ୍ୟାୟିକ ରିମାଣ୍ଡରେ ଜେଲରେ ଅଛନ୍ତି। ଅନୁସନ୍ଧାନକାରୀ ସଂସ୍ଥା ଦାଖଲ କରିଥିବା ଚାର୍ଜଶିଟରେ ପୂର୍ବତନ ପିଟିଆଇ ମହାସଚିବ ଆସାଦ ଉମରଙ୍କ ନାମ ନାହିଁ। ଏଥି ସହିତ ଇମ୍ରାନ ଖାନଙ୍କ ପୂର୍ବତନ ମୁଖ୍ୟ ସଚିବ ଆଜାମ ଖାନଙ୍କୁ ଏହି ମାମଲାରେ ଜଣେ ସାକ୍ଷୀ ଭାବେ ନାମିତ କରାଯାଇଛି।