ମୁମ୍ବାଇ(ଓଡ଼ିଆ ନ୍ୟୁଜ୍): ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ଶୀଳ୍ପପତି ରାଜ କୁନ୍ଦ୍ରାଙ୍କ ପିଛା ଛାଡୁନି ବିବାଦ। ପୂର୍ବରୁ ଅଶ୍ଳୀଳ ଫିଲ୍ମ ତିଆରି କରି ଗିରଫ ହୋଇଥିବା ରାଜ କୁନ୍ଦ୍ରା ଏବେ ଆଉ ଏକ ନୂଆ ମାମଲାରେ ଛନ୍ଦି ହୋଇଛନ୍ତି। ପର୍ଣ୍ଣଗ୍ରାଫି ମାମଲାରେ ବେଆଇନ୍ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ତାଙ୍କ ନାଁରେ ମାମଲା ରୁଜୁ କରିଛି।
ଇଡି ସୂତ୍ରରୁ ପ୍ରକାଶ ଯେ, କୁନ୍ଦ୍ରା ଫେବ୍ରୁଆରୀ ୨୦୧୯ରେ ଆମର୍ସ ପ୍ରାଇମ ମିଡିଆ ଲିମିଟେଡ ନାମକ ଏକ କମ୍ପାନୀ ତିଆରି କରିବା ସହ ହଟସଟ୍ସ ନାଁରେ ଏକ ଆପ୍ ମଧ୍ୟ ତିଆରି କିରଥିଲେ। ପରେ ହଟସଟ୍ ଆପ୍କୁ ୟୁକେ ସ୍ଥିତ ଫାର୍ମ କେନ୍ରିନ୍କୁ ବିକ୍ରି କରି କରିଦେିଥିଲେ। ଏହି କମ୍ପାନୀର ସିଇଓ ହେଉଛନ୍ତି ପ୍ରଦୀପ ବକ୍ସି, ଯିଏ କି ପ୍ରକୃତରେ ରାଜ କୁନ୍ଦ୍ରାଙ୍କ ଭିଣେଇ। ରାଜ କୁଣ୍ଡ୍ରାଙ୍କ କମ୍ପାନୀ ଭିଆନ୍ ବ୍ରିଟେନର କେନ୍ରିନ୍ କମ୍ପାନୀ ସହିତ ଚୁକ୍ତି କରିଥିଲା ଏବଂ ଏହି କାରବାର ପାଇଁ ଭିଆନ କମ୍ପାନୀର ୧୩ଟି ବ୍ୟାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର କାରବାର କରାଯାଇଥିଲା। ଏହିପରି, ପର୍ଣ୍ଣ ଫିଲ୍ମରୁ ଅର୍ଜିତ ଟଙ୍କା ବ୍ରିଟେନରେ ବୁଲୁଥିବା କୁନ୍ଦ୍ରାଙ୍କ କମ୍ପାନୀ ଆକାଉଣ୍ଟକୁ ଆସୁଥିଲା।
କହିରଖୁ କି, ଅଶ୍ଳୀଳ ଫିଲ୍ମ ତିଆରି ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ୨୦୨୧ ମସିହା ଜୁଲାଇ ୧୯ରେ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କ ସମେତ ଅନ୍ୟ ୧୧ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ। ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ପର୍ଣ୍ଣଗ୍ରାଫି ମାମଲାରେ ୫୦,୦୦୦ ମୁଚଲିକାରେ ରାଜ କୁନ୍ଦ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ମୁମ୍ବାଇର ଏକ ଅଦାଲତ ।