ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରଗଡ଼ରେ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ନିଶାର୍ଦ୍ଧ ପରେ ଗ୍ରାମ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ଲାଗିହେବ ନବାନ୍ନ। ଆସନ୍ତା ୨୦ ତାରିଖ ବୁଧବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ଅମୃତ ବେଳାରେ ଦିବା ୧୦.୪୨ ଗତେ ୧୨.୪୪ ବିଛା ଓ ଧନୁ ଲଗ୍ନ ମଧ୍ୟରେ ସର୍ବସାଧାରଣ ନିଜ ନିଜ ଇଷ୍ଟ ଦେବାବେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ ସହ ନବାନ୍ନ ଭକ୍ଷଣ ନେଇ ପଣ୍ଡିତ ମହାସଭା ଦ୍ୱାରା ଲଗ୍ନ ନିରୂପିତ ହୋଇଛି । ତେବେ ଶନିବାର ସମଲେଶ୍ବରୀ ମନ୍ଦିର ସ୍ଥିତ ପ୍ରାଙ୍ଗଣରେ ବ୍ରାହ୍ମଣ ଓ ପଣ୍ଡିତ ଶିବ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଲଗ୍ନ ଧାର୍ଯ୍ୟ କାରାଯାଇଛି ।
ସେପଟେ ସେପ୍ଟେମ୍ବର ୭ତାରିଖରେ ନିର୍ଦ୍ଧାରଣ ହୋଇଥିଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସକାଳ ୧୦.୨୭ରୁ ୧୦.୪୨ରେ ଲାଗି ହେବ ନବାନ୍ନ । ଲଗ୍ନ ନିର୍ଦ୍ଧାରଣ ହୋଇଛି । ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି କରାଯିବ । ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମଣ୍ଡଳୀ ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ପ୍ରଥମେ ବିଦ୍ବାନ, ପଣ୍ଡିତ ପହଞ୍ଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ । ଏହାପରେ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି । ପଣ୍ଡିତ ମଣ୍ଡଳୀ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଛି । ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମା’ ସମଲେଶ୍ବରୀଙ୍କ ଠାରେ ଲଗ୍ନପତ୍ର ପ୍ରଦାନ କରିବେ ।