ଶାଶୁ ଘର ଲୋକଙ୍କ ବଧୂ ନିର୍ଯାତନା ସହ ଗର୍ଭ ନଷ୍ଟ କରିବାକୁ ଉଦ୍ୟମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶାଶୁ ଘର ଲୋକଙ୍କ ଦ୍ଵାରା ବଧୂକୁ ନିର୍ଯାତନା ଦେବା ସହ ଗର୍ଭ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି। ଏନେଇ ହଦହଦୀ ଅଞ୍ଚଳର ଯମୁନା ସୋରେନ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଯମୁନା ଗତ ୪ବର୍ଷ ପୂର୍ବେ ସ୍ଥାନୀୟ ଅଞ୍ଚଳର ସାର୍ଜେନ ହେମ୍ବ୍ରମ ଭଲ ପାଇ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

ବିବାହ ପରେ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ପ୍ରଦାନ କରିଥିଲେ। ସ୍ୱାମୀ ସାର୍ଜେନ ହେମ୍ବ୍ରମ, ଶାଶୁ ଓ ଦିଅର ମିଶି ବାରମ୍ବାର ପିଟାମରା କରୁଥିଲେ। ତେବେ ଏନେଇ ଯମୁନାଙ୍କ ଘର ଲୋକ ଜାଣିବା ପରେ ତାଙ୍କ ଶାଶୁ ଘରକୁ ଯାଇ ସମାଧାନ ପାଇଁ ଆଲୋଚନା କରିଥିଲେ। ଆଲୋଚନା ପରେ ମଧ୍ୟ କୋଣସି ସମାଧାନ ହେଲା ନାହିଁ। ଏଥିପରେ ଯମୁନା ଗର୍ଭବତୀ ଥିବା ନେଇ ଶାଶୁ ଘର ଲୋକେ ଜାଣିବା ପରେ ଗର୍ଭ ନଷ୍ଟ କରିବା ପାଇଁ ବାଧ୍ୟ କରିଥିଲେ।

ସ୍ୱାମୀ ଓ ଶାଶୁ ଘର ଲୋକେ ମିଶି ଏନେଇ ପୁଣି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଗର୍ଭ ନଷ୍ଟ କରିବା ପାଇଁ ତାଙ୍କୁ ଶାଶୁ ଘର ଲୋକେ ଗର୍ଭ ନଷ୍ଟ ଔଷଧ ଖାଇବାକୁ ଦେଇଥିଲେ। କିନ୍ତୁ ସେ ଔଷଧ ନ ଖାଇବାରୁ ପିଟାମରା କରିଥିଲେ। ଏଥିପରେ ସେ ବାପ ଘରକୁ ଆସି ନିର୍ଯାତନା ବାବଦରେ ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ବାରିପଦା ସଦର ଥାନାରେ ନିର୍ଯ୍ୟାତନା ନେଇ ସ୍ୱାମୀ, ଶାଶୁ ଏବଂ ଦିଅର ନାମରେ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଜାରି ରହିଛି।

Leave A Reply

Your email address will not be published.