ସାଇବର ଥାନା ପୁଲିସର ସଫଳତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ସ୍ଥିତ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସକୁ ସଫଳତା ମିଳିଛି। ଭୁଲ ଆକାଉଣ୍ଟକୁ ଚାଲି ଯାଇଥିବ ୩୫ହଜାର ଟଙ୍କାକୁ ଫେରସ୍ତ କରାଇଛନ୍ତି।

ସୂଚନା ଅନୁଯାୟୀ, ବାରିପଦା ପୋୖରପାଳିକା ଅଞ୍ଚଳର ନିବାସୀ ଅସିତ କୁମାର ଗିରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଫୋନ ପେ (ୟୁପିଆଇ) ମାଧ୍ୟମରେ ଟଙ୍କା ପଠାଇବା ବେଳେ ଭୁଲବଶତଃ ଅନ୍ୟ ଜଣକ ବ୍ୟାଙ୍କ ଆକାଉଣ୍ଟରୁ ୩୫ହଜାର ଟଙ୍କା ଚାଲି ଯାଇଥିଲା। ଏହାକୁ ନେଇ ସେ ବାରିପଦା ସ୍ଥିତ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ମାମଲା ରୁଜୁ କରି ତ୍ୱରିତ ଯାଞ୍ଚ ପ୍ରକ୍ରିୟା କରିଥିଲେ।

ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ପ୍ରକ୍ରିୟା କରି ତାଙ୍କ ୩୫ହଜାର ଟଙ୍କା ଫେରସ୍ତ କରାଇଛନ୍ତି। ବାରିପଦା ସ୍ଥିତ ସାଇବର ଥାନା ପରିସରରେ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଅଭିଯୋଗକାରୀ ଅସିତ କୁମାର ଗିରିଙ୍କୁ ତାଙ୍କ ଅର୍ଥ ଫେରସ୍ତ କରାଇଥିଲେ। ସାଇବର ଥାନା ପୁଲିସର ସଫଳତା ପୂର୍ବକ କାର୍ଯ୍ୟକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.