କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଗତ ରବିବାର ରାତି 9 ଟା ରେ 9 ମିନିଟ୍ ପାଇଁ ଘରର ସମସ୍ତ ଆଲୋକକୁ ଲିଭାଇ ଦେବା ସହ ଟର୍ଚ୍ଚ, ଦୀପ, ମୋବାଇଲ ଫ୍ଲାସ୍, ଆଦି ଜାଳିବାକୁ ଆହ୍ଵାନ ଦେଇଥିଲେ ଦେଶ ର ପ୍ରଧାନମନ୍ତ୍ରୀ l ଏହି ଆହ୍ଵାନ କୁ ମାନି ସମ୍ପୂର୍ଣ୍ଣ ଭାରତ ବର୍ଷ ପାଳନ କରିଥିଲା l ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମ କୁ ଭରପୁର ସମର୍ଥନ ମିଳିଥିଲା l
ଘରେ ଘରେ ସମସ୍ତେ ବିଦ୍ୟୁତ୍ ଆଲୋକ ଲିଭାଇ ଦୀପ, ଟର୍ଚ୍ଚ ମହମବତୀ ଆଦି ଯାଇଥିଲେ l ଏହି କାର୍ଯ୍ୟକ୍ରମ କୁ ପାଳନ କରିବାକୁ ଯାଇ ରାଜ୍ୟରେ 557 ମେଗାୱାଟ ସଂରକ୍ଷଣ ହେବ ବୋଲି ଶକ୍ତି ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା l କିନ୍ତୁ ଏହି କାର୍ଯ୍ୟକ୍ରମକୁ ଓଡିଶା ବାସୀ ଆନ୍ତରିକତାର ସହ ପାଳନ କରିବାରୁ ଓଡ଼ିଶାରେ ଆକଳନ ଅନୁସାରେ ଅଧିକ ମେଗାୱାଟ ସରଂକ୍ଷଣ ହୋଇଛି l ବିଦ୍ୟୁତ୍ ଆଲୋକ ବନ୍ଦ କରି କାର୍ଯ୍ୟକ୍ରମ କରିବାରୁ 14 ଶହ ମେଗାୱାଟ ସରଂକ୍ଷଣ ହୋଇଛି ବୋଲି ସେସୁ ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି l