ଯାଜପୁର ଜିଲ୍ଲା ବ୍ରହ୍ମବରଦlରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି

0

ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧି କୁ ବୃଦ୍ଧି କରାଯାଇଛି l ଜଣେ ନିଜ୍ଜାମୁଦ୍ଦୀନ ଫେରନ୍ତା କରୋନାରେ ଆକ୍ରାନ୍ତ ହେବା ପରେ ସେହି ଅଞ୍ଚଳକୁ କଣ୍ଟେନ ମେଣ୍ଟ ଘୋଷଣା କରାଯାଇଥିଲା l ଯାହାର ଅବଧି ଆଜି ଶେଷ ହୋଇଥାନ୍ତା ହେଲେ ଆସନ୍ତା 12 ତାରିଖକୁ ଏହି ଅବଧିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ l ବ୍ରହ୍ମବରଦା ସହ ସାହାପଡ଼ା, କୋଠିଦିହ, ଖଣ୍ଡାସ, ଲଙ୍କାବାଲି ସାହି ଅଞ୍ଚଳ ଏହି ଜୋନ୍ ଭିତରେ ରହିଛି l

ଲୋକ ମାନଙ୍କୁ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି l ଘରୁ ନବାହାରିବାକୁ ପ୍ରସାଶନ ତରଫରୁ ନିର୍ଦେଶ ଦିଆଯାଇଛି l ଫଳରେ ସେହି ଅଞ୍ଚଳକୁ କେହି ନ ଯିବାପାଇଁ କଟକଣା ଜାରି କରାଯାଇଛି l

Leave A Reply

Your email address will not be published.