ଗୋଟିଏ ଦିନରେ ରାଜଧାନୀରୁ ଆଉ ୮୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଡେଙ୍ଗୁ ଆତଙ୍କରେ ଏବେ ଓଡ଼ିଶାବାସୀ । ବିଶେଷ କରି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ଗୋଟିଏ ଦିନରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି । ଅଗଷ୍ଟ ମାସରେ ୧୯ ଶହ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୨୧ ତାରିଖ ଭିତରେ ୨୬୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ସହିଦନଗରୁ ୨୫୦ ରୋଗୀ ଚିହ୍ନଟ ହୋଇଛନ୍ତି ।

ସେପ୍ଟେମ୍ବର ୧୭ ତାରିଖରେ ୧୨୬ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୮ ତାରିଖରେ ସଂଖ୍ୟା ୧୪୮ ରେ ପହଞ୍ଚିଥିଲା । ସେପଟେ କ୍ୟାପିଟାଲ ହସ୍ପିଟାଲ, ପଟିଆ ଏବଂ ନୂଆପଲ୍ଲୀ ୟୁପିଏଚ୍‌ସିରୁ ଗତକାଲି ମୋଟ୍ ୫୨୬ଟି ନମୁନା ସଂଗ୍ରହ କରାଯାଇଥିଲା । ସେଥିରୁ ୮୬ଟି ପଜିଟିଭ ଚିହ୍ନଟ ହୋଇଛି।

Leave A Reply

Your email address will not be published.