ରାକ୍ଷୀ ପୂର୍ଣ୍ଣିମାରେ ଏହି ରାଶିରେ ହେବ ଧନ ବର୍ଷା

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭାରତୀୟ ସଂସ୍କୃତିରେ ପ୍ରତିଟି ପର୍ବପର୍ବାଣୀ ପାଳନ ପଛରେ ରହିଛି ଅନେକ ବିଶେଷତ୍ୱ । ରକ୍ଷା ବନ୍ଧନକୁ ଏକ ପବିତ୍ର ତଥା ଶ୍ରଦ୍ଧାର ପର୍ବ ବୋଲି ବିବେଚନା କରାଯାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧି ମଙ୍ଗଳ ମନାସିଥାଏ । ଭାଇର ଉଜଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ, ତା’ର ଭଉଣୀକୁ ସବୁ ବିପଦରୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରିଥାଏ। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ କିଛି ରାଶି ଉପରେ ମା’ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡିବାକୁ ଯାଉଛି । ଏମାନଙ୍କ ଘରେ ଧନର ବର୍ଷା ହେବ । ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

ସିଂହ ରାଶି : ସିଂହ ରାଶିର କୁଣ୍ଡଳୀରେ ରାକ୍ଷୀ ପୂର୍ଣ୍ଣିମାର ମହାସଂଯୋଗରୁ ଗ୍ରହମାନଙ୍କ ଅବସ୍ଥାନ ଫଳରେ ଶୁଭ ଫଳ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ ସବୁ କାର୍ଯ୍ୟ ସୁରୁଖୁରୁରେ ସଂପାଦନ ହେବ । ଆକସ୍ମିକ ଭାବରେ କୌଣସି ବଡ ଧରଣର ଖୁସି ଖବର ମିଳିବ । ଯାହା ଭାଗ୍ୟକୁ ସଂପୂର୍ଣ୍ଣ ରୂପେ ବଦଳାଇଦେବ ।

ବୃଷ ରାଶି : ରକ୍ଷାବନ୍ଧନର ମହାସଂଯୋଗରେ ଏହି ରାଶିର ବ୍ୟକ୍ତିମାନଙ୍କୁ ମାତା ଲକ୍ଷ୍ମୀଙ୍କ କୃପା ମିଳିବ । ଗ୍ରହମାନଙ୍କ ଗୋଚରରୁ ଅନେକ ଶୁଭଫଳ ମିଳିବ । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବିଶେଷ ଲାଭ ମିଳିବା ସହ ପରିବାରରେ ହସ, ଖୁସି ଓ ସୁଖ ଶାନ୍ତିର ବାତାବରଣ ଲାଗି ରହିବ । ଆକସ୍ମିକ ଭାବେ କୌଣସି ସୂତ୍ରରୁ ଗୁପ୍ତ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି ।

କନ୍ୟା ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ରକ୍ଷା ବନ୍ଧନରେ ମାତା ଲକ୍ଷ୍ମୀଙ୍କ ଅଦ୍ଭୁତ କୃପା ଲାଭ ହେବ ଓ ଜୀବନ ସୁଖମୟ ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ ଭାଗ୍ୟବାନ ହେବେ । ପରିଶ୍ରମ ଜାରି ରଖିଲେ ଅର୍ଥିକ ସ୍ଥିତି ଆହୁରି ମଜବୁତ୍ ହେବ । ଆୟର ନୂଆ ନୂଆ ସ୍ରୋତ ଉତ୍ପନ ହେବ । ସ୍ୱାସ୍ଥ୍ୟବସ୍ଥା ଭଲ ରହିବ ।

ତୁଳା ରାଶି : ଏହି ରାଶି ଆଗାମୀ ଦିନରେ ନୂତନ ଯୋଜନା କରିବାର ସୁଯୋଗ ରହିଛି । ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଧାରୀ ବ୍ୟକ୍ତିଙ୍କ ଭାଗ୍ୟ ରାକ୍ଷୀ ପୂର୍ଣ୍ଣିମାଠାରୁ ସଂପୂର୍ଣ୍ଣ ବଦଳିବାକୁ ଯାଉଛି । ପୂର୍ବରୁ ଅଧା ରହିଥିବା କାମ ସଂପନ୍ନ ହେବ । ପୂର୍ବରୁ ବକେୟା ଥିବା ଅର୍ଥ ଫେରିପାଇବେ । ଗୁପ୍ତ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ ।

କୁମ୍ଭ ରାଶି : ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ରାକ୍ଷୀପୂର୍ଣ୍ଣିମାର ମହାସଂଯୋଗ କାରଣରୁ ମାତ ଲକ୍ଷ୍ମୀଙ୍କ କୃପା ମିଳିବ । ଇଚ୍ଛା ମୁତାବକ କାର୍ଯ୍ୟ ଏହି ଦିନରେ ପୂର୍ଣ୍ଣ ହେବ । ଯାହାଫଳରେ ଆପଣଙ୍କ ଭାଗ୍ୟ ଉଦୟ ହେବାରେ ଲାଗିବ । ଅତ୍ୟନ୍ତ ଶୁଭ ଖବର ମିଳିବ । ଧୈର୍ଯ୍ୟ ସହକାରେ କାମ କରନ୍ତୁ । ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି କରିବେ ।

Leave A Reply

Your email address will not be published.