ରକ୍ଷା ବନ୍ଧନର ବିଶେଷତ୍ୱ ଜାଣନ୍ତୁ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ସ୍ନେହ, ଶ୍ରଦ୍ଧା, ସମ୍ମାନର ପର୍ବ ରକ୍ଷା ବନ୍ଧନ । ଭାଇ ଭଣଣୀଙ୍କ ପିବତ୍ର ସଂପର୍କକୁ ବାନ୍ଧି ରଖିବାର ଏକ ଅନନ୍ୟ ପରମ୍ପରା । ଏହି ପର୍ବକୁ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଓଡିଆ ମାନେ ଏହାକୁ ପ୍ରଭୁ ବଳଭଦ୍ରଙ୍କର ଜନ୍ମ ତିଥି ଭାବରେ ମଧ୍ୟ ପୂଜା କରନ୍ତି । ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧନ୍ତି । ପରମ୍ପର ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହି ପବିତ୍ର ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରିଥାଆନ୍ତି । ଶ୍ରୀମନ୍ଦିରରେ ସକାଳ ଧୁପ,ସୂର୍ୟ୍ୟପୂଜା, ମଇଲମ, ସକାଳ ଧୂପ ଆଦି ବିଭିନ୍ନ ପୂଜା ସରିବା ପରେ ଏହି ପର୍ବ ଆୟୋଜନ କରାଯାଇଥାଏ । ସାରା ଦେଶରେ ଏହି ପର୍ବକୁ ଅତି ଆଡମ୍ବରରେ ପାଳନ କରାଯାଇଥାଏ ।

ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ପୂରାଣ ଶାସ୍ତ୍ର ଅନୁସାରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରାଯାଇ ସମସ୍ତ ମାଙ୍ଗଳିକ କାମ କରାଯାଏ । ତେଣୁ ଏହି ପବିତ୍ର ବନ୍ଧନରେ ମଧ୍ୟ ଭଭଣୀ ଭାଇକୁ ଉତ୍ତର କିମ୍ବା ପୂର୍ବ ମୁଖା କରି ବସାଇ ତାହା ଡାହାଣ ହାତରେ ରାକ୍ଷୀ ବାନ୍ଧିଥାଏ ।

Leave A Reply

Your email address will not be published.