ବିଶୃଙ୍ଖଳିତ ରାଜଧାନୀ, ନିଶା ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉବେଳେ ଆକ୍ରମଣର ଶିକାର ହେଲେ ଏସଆଇ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଦିନକୁ ଦିନ ବିଶୃଙ୍ଖଳିତ ହେଉଛି ରାଜଧାନୀ ଭୁବନେଶ୍ୱର । ଦିନ ଦି ପ୍ରହରେ ଦୁର୍ବୃତ୍ତମାନେ ଘଟାଉଛନ୍ତି ନାରକୀୟ କାଣ୍ଡ । ପୋଲିସ୍ ଆଖିରେ ଧୂଳି ଦେଇ ମନମାନୀ ଚଳାଇଛନ୍ତି ମାଫିଆ । ନିଶା ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇ ଆକ୍ରମଣରେ ଶିକାର ହୋଇଛନ୍ତି ଧଉଳି ଥାନା ଏସଆଇ ରମେଶ ଭୋଳ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ଧଉଳି ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ କିଛି ଲୋକ ନିଶା କାରବାର ଚଲାଇଥିବା ଧଉଳି ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ଧଉଳି ଥାନା ଏସଆଇ ରମେଶ ଭୋଳ ପୁଲିସ ଟିମ୍‌କୁ ନେଇ ପରିତ୍ୟକ୍ତ ଘରେ ଚଢ଼ାଉ କରିବାକୁ ପିସିଆର ଭ୍ୟାନ ନେଇ ପହଞ୍ଚିଥିଲେ।

ଚଢ଼ାଉ ବେଳେ ନିଶା ମାଫିଆମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ନିଶା ମାଫିଆଙ୍କ ଆକ୍ରମଣରେ ଧଉଳି ଥାନା ଏସଆଇ ଆହତ ହୋଇଥିଲେ। ପୁଲିସର ଅନ୍ୟ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪ଜଣ ନିଶା ମାଫିଆଙ୍କୁ ଗିରଫ କରିଥିଲା। ଅନ୍ୟ ନିଶା ମାଫିଆମାନେ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିଲେ। ଏନେଇ ଧଉଳି ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଯଦି ପୋଲିସ୍ ଏସଆଇ ସୁରକ୍ଷିତି ନୁହନ୍ତି, ତେବେ ସାଧାରଣ ଜନତା କେତେ ସୁରକ୍ଷିତ, ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.