ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଭୁଶୁଡିବା ସ୍ଥିତିରେ ଭୁବନେଶ୍ୱର ଆଈଗିଣିଆ ପାତ୍ରପଡ଼ା ଓଭରବ୍ରିଜ। ଓଭର ବ୍ରିଜ ଉପରେ ଗାଡ଼ି ଯିବା ବେଳେ ଖଣ୍ଡ ଖଣ୍ଡ ହୋଇ ଗଳୁଛି ସିମେଣ୍ଟ, ଇଟା, ଚିପ୍ସ ଓ ମୋରମ । ଦୁଇ ଦିନ ହେଲାଣି ଏଭଳି ଘଟଣା ଦେଖିବାକୁ ମିଳିଛି। ୨୦ ଫୁଟ ଓସାରର ଅତଡ଼ା ଖସିପଡ଼ିଛି । ଗ୍ରୀନ ମ୍ୟାଟ ଢ଼ାଙ୍କିବା ଛଡା ଆଉ କିଛି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଅପ୍ରୋଚ୍ ରୋଡ ତିଆରି ବେଳେ ଭାଙ୍ଗିଯାଇଛି ଓଭର ବ୍ରିଜ । ଜାତୀୟ ରାଜପଥ ନିଜେ କରୁଛି ଅପ୍ରୋଚ୍ ରୋଡ । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ବେଳେ ଏମ୍ସ ହସପିଟାଲ ଛକରେ ଘଟିଛି ଏହି ଘଟଣା ।