ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ, ୬ ନାବାଳିକା ଓ ୩ନାବାଳକକୁ ଉଦ୍ଧାର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ କରାଯାଇଛି। ସେହି ଶିବିରରୁ ୬ ଜଣ ନାବାଳିକା ଓ ୩ ଜଣ ନାବାଳକକୁ ଉଦ୍ଧାର କରାଯାଇଛି। ସମସ୍ତ ନାବାଳିକା ଓ ନାବାଳକ ଛତିଶଗଡ ରାଜ୍ୟର ବୋଲି ଜଣାପଡିଛି। ୯ ଜଣଙ୍କୁ ମାଲକାନଗିରି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରଯାଇଛି। ପଡିଆ ବ୍ଲକ ଏମଭି ୫୬ ଗ୍ରାମରେ ନୀଳଗିରି ଗଛ କାଟିବା ପାଇଁ ଠିକାଦାର ଛତିଶଗଡ ରାଜ୍ୟରୁ ଶ୍ରମିକମାନଙ୍କୁ ଆଣିଥିଲେ। ସେଥି ମଧ୍ୟରେ କିଛି ଲୋକ ୧୮ ବର୍ଷରୁ ଅଧିକ ଥିବା ବେଳେ ଆଉ କିଛି ୧୮ ବର୍ଷ ବୟସରୁ କମ୍ ରହିଥିଲେ।

ଶ୍ରମିକ କ୍ୟାମ୍ପରେ ନାବାଳକ ନାବାଳିକା ରହୁଥିବା ନେଇ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଖବର ପାଇଥିଲା। ଏହାପରେ ଆଜି ଦିନବେଳା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ, ଶ୍ରମ ଅଧିକାରୀ ଓ କାଲିମେଳା ଥାନା ପୁଲିସ ସେହି ଶ୍ରମିକ ଶିବିରରେ ଚଢ଼ଉ କରିଥିଲେ। ସେଠାରେ ଯାଞ୍ଚ କରିବା ବେଳେ ୬ ଜଣ ନାବାଳିକା ଓ ୩ ଜଣ ନାବାଳକକୁ ଉଦ୍ଧାର କରିଥିଲେ। ସେମାନଙ୍କ ବୟସ ୧୪ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍ ମଧ୍ୟରେ ରହିଥିବା ଜଣାପଡିଥିଲା। ସେମାନଙ୍କ ଘର ଛତିଶଗଡ ରାଜ୍ୟ ଦାନ୍ତେୱାଡା ଜିଲ୍ଲା କୋଣ୍ଡାର ଥାନା ଅନ୍ତର୍ଗତ ବସ୍ତନାର ଅଞ୍ଚଳର ବୋଲି ଜଣାପଡିଛି। ଏହି ୯ ଜଣଙ୍କୁ ମାଲକାନଗିରି ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଛି।

Leave A Reply

Your email address will not be published.