ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଋଷି ପଞ୍ଚମୀ, ସଂଧ୍ୟା ଧୂପ ପରେ ହେବ ଦାହଲୀଳା ନୀତି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ଭାଦ୍ରବ ମାସ ଋଷି ପଞ୍ଚମୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ରହିଛି । ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡେୟଙ୍କ ମନ୍ଦିରକୁ ଯାଇଥାନ୍ତି । ସେଠାରେ ମହାଲକ୍ଷ୍ମୀଙ୍କୁ ମାଜଣା ଓ ବନକଲାଗି କରାଯିବା ପରେ ପାଳିଆ ସେବାୟତ ଋଷି ପଞ୍ଚମୀ କଥା ବ୍ୟାଖ୍ୟା କରିବାର ପରମ୍ପରା ରହିଛି । ଏହା ପରେ ସପ୍ତଋଷିଙ୍କୁ ଫଳ ଭୋଗ କରାଯାଇଥାଏ । ଶେଷରେ ଶୀତଳ ଭୋଗ କରାଯିବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥାନ୍ତି ।

ଶ୍ରୀକ୍ଷେତ୍ରର ଅଧିବାସୀ ଆଜି ଋଷି ପଞ୍ଚମୀ ବ୍ରତ ପାଳନ କରୁଥିବା ବେଳେ ଏହା ଦ୍ୱାରା ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଶ୍ରୀକୃଷ୍ଣ ଜନ୍ମ ଅବସରରେ ଆଜି ଶ୍ରୀମନ୍ଦିରରେ ଦାହ ଲୀଳା ନୀତି ମଧ୍ୟ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସଂଧ୍ୟା ଧୂପ ବଢିବା ପରେ ସମ୍ପନ୍ନ ହେବ ଏହି ଦାହଲୀଳା ନୀତି।

 

Leave A Reply

Your email address will not be published.