ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର। ସ୍ବତନ୍ତ୍ର ବିମାନରେ ଆସି ବିମାନବନ୍ଦରରେ ପହଞ୍ଚିଲେ। ୯ ତାରିଖ ବାରବାଟୀ T-20 ପାଇଁ ପହଞ୍ଚିଲେ ଉଭୟ ଟିମ୍‌।କାଲି ଦିନ ସାଢ଼େ ୧୧ରେ ବାରବାଟୀରେ ଭାରତୀୟ ଦଳର ନେଟ୍‌ ପ୍ରାକ୍ଟିସ୍‌। ସୂଚନା ଦେଲେ OCA ସଭାପତି ପଙ୍କଜ ଲୋଚନ ମହାନ୍ତି। ସନ୍ଧ୍ୟାରେ ଫ୍ଲଡ୍‌ ଲାଇଟ୍‌ରେ ଅଭ୍ୟାସ କରିବ ଦକ୍ଷିଣ ଆଫ୍ରିକା ଟିମ୍‌’।ନେଟ୍‌ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ’।ଆଜି ହାର୍ଦ୍ଦିକ ପାଣ୍ଡ୍ୟା ବାରବାଟୀ ଯାଇ ଅଭ୍ୟାସ କରିବେ’।ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପୂରା ମ୍ୟାଚ୍‌ ଦେଖିବେ, ନିଶ୍ଚିତ କରିଛନ୍ତି’।

ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ହେବ।ଏନେଇ ଉଭୟ ଟିମ୍‌ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ସ୍ବତନ୍ତ୍ର ବିମାନରେ ଆସି ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ହୋଟେଲ ମେ’ ଫେୟାରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି। ହୋଟେଲ ପରିସରରେ ଉଭୟ ଦଳର ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

Leave A Reply

Your email address will not be published.