ଅଭିଯୋଗ ଦୋହରାଇଲେ ହ୍ୟୁମାନଙ୍କ ମାଆ

0

ଓଡ଼ିଆ ନ୍ୟୁଜ୍: ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ । ଟିଟିଲାଗଡ଼ ବଏଜ୍ ହାଇସ୍କୁଲ୍ ପଡ଼ିଆରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଆୟୋଜିତ ଏହି ସଭାରେ ଯୋଗ ଦେଇ ହ୍ୟୁମାନଙ୍କ ମାଆ କହିଛନ୍ତି, ସେ ଗଣମାଧ୍ୟମରେ ଯାହା କହିଛନ୍ତି, ତାହା ନିରାଟ ସତ୍ୟ । ସେ ପୁତ୍ର ବିଚ୍ଛେଦରୁ ମୁକୁଳି ପାରି ନ ଥିବାରୁ ଏଯାଏଁ FIR ଦେଇ ନାହାଁନ୍ତି କିମ୍ବା ଏ ବିଷୟରେ କୌଣସି ନିଷ୍ପତ୍ତି ନେଇ ପାରି ନାହାଁନ୍ତି । ତେବେ ତାଙ୍କର ଶେଷ ଭରସା ବୋହୂ ଓ ନାତୁଣୀ । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ମାଆ ପୂର୍ବରୁ ଦୁଇ ଜଣ ମ୍ୟାନେଜର ଓ ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ ।

ଏହି ଅବସରରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ମଧ୍ୟ ନିଜ ଦୁଃଖଭରା କାହାଣୀ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, “ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି ଓ ୮ ବର୍ଷରେ ମୋ ଝିଅ ବାପାଙ୍କୁ ହରାଇଲା ।” ମାଆ ପୂର୍ବରୁ ଯାହା ସବୁ କହିଛନ୍ତି ଓ ଯେଉଁମାନଙ୍କ ନାଁ ନେଇଛନ୍ତି, ସେଥିରେ ସେ ଶତପ୍ରତିଶତ ଏକମତ ବୋଲି ଶ୍ରେୟା କହିଛନ୍ତି । ଅର୍ଥାତ୍ ମାଆ କରିଥିବା ସମସ୍ତ ଅଭିଯୋଗ ପୂରା ସତ ।

Leave A Reply

Your email address will not be published.