ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ମୟୁରଭଞ୍ଜ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଶିମିଳିପାଳ । ବର୍ତ୍ତମାନ ପର୍ଯ୍ୟଟନ ୠତୁ ଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଆକର୍ଷଣ ର କେନ୍ଦ୍ର ବୀନ୍ଦୁ ପାଲଟି ଥିବା ବେଳେ ଅନ୍ୟପଟେ ଗ୍ରାମବାସି ମାନେ ବିଭିନ୍ନ ସମସ୍ୟା ନେଇ ଶିମିଳିପାଳ ଖଲିବା ପୂର୍ବରୁ ଶିମିଳିପାଳ କର୍ତ୍ତୃପକ୍ଷ କୁ ୫ ଦଫା ଦାବିକୁ ନେଇ ଦାବୀପତ୍ର ସହିତ ଶିମିଳିପାଳ ର ବିଭିନ୍ନ ପ୍ରବେଶ ମୁଖ୍ୟ ରାସ୍ତା କୁ ବନ୍ଦ କରିଥିଲେ |
ପରେ ଏବିଷୟରେ ଶିମିଳିପାଳ ପାଳ କାର୍ତ୍ୟୁ ପକ୍ଷ ସହିତ ଆଲଚନା ହୋଇଥିଲେ ଏହାର ସମାଧାନ ଖୁବ ଜଲଦି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |ହେଲେ ପ୍ରତିଶୃତି କେବଳ ଖାତା କଲମରେ ସୀମିତ ହୋଇ ରହିଗଲା |ଯାହା ଫଳରେ ଆଜି ଉତ୍ୟକ୍ତ ହୋଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଶିମିଳିପାଳ ପ୍ରବେଶ ରାସ୍ତା କୁ ଅପରୋଧ କରିଥିଲେ ଯାହା ଫଳରେ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥିଲା |ତେବେ ଏହି ଆନ୍ଦାଳନରେ ୩ ଟି ଗ୍ରାମ ପଞ୍ଚାୟତ ର ଲୋକେ ସାମିଲ ହୋଇ ଶନିବାର ସଖାଳ ୧୦ ଘଟିକା ସମୟରୁ ଅସ୍ତ କୁଅଁର, ଗୁଡୁ ଗୁଡ଼ିଆ, ବରେହିପାଣି, ଜୋରନ୍ଦା ଛକ, ସାନ ଉସ୍କି, ଚହଲା ଓ ଲାଞ୍ଜି ଘୋଷରା ର ପ୍ରମୁଖ ସ୍ଥାନର ମୁଖ୍ୟ ସ୍ଥାନ ରାସ୍ତା ଗୁଡିକ ଅବରୋଧ କରିବା ସହିତ ଧାରଣା ଦେଇଛି ଶିମିଳିପାଳ ବିକାଶ ପରିଷଦ |
ତେବେ ୫ ଦଫା ମଧ୍ୟରେ କାଳିକାପ୍ରସାଦ ଗେଟ ଠାରୁ ଗଡ଼ ଶିମିଳିପାଳ ପର୍ଯ୍ୟନ୍ତ ଭଲ ରାସ୍ତା ନିର୍ମାଣ,ଶିମିଳିପାଳ ମଧ୍ୟରେ ମୋବାଇଲ ଟାୱାର, ଶିମିଳିପାଳ ମୁଖ୍ୟ ରାସ୍ତାରେ କାଠ ପୋଲ ବଦଳରେ କଂକ୍ରିଟ ପୋଲ ନିର୍ମାଣ,ଶିମିଳିପାଳ ମଧ୍ୟରେ ଥିବା ରାଜସ୍ୱ ଗାଁ ଗୁଡିକରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏବଂ ଶିମିଳିପାଳ ଅଭୟାରଣ୍ୟର ଶିକ୍ଷିତ ଯୁବକ ଯୁବତୀ କୁ ସ୍ଥାୟୀ ନିଯୁକ୍ତି ଦାବି କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବା ସହ ଧାରଣା ରେ ବସିବେ ଶିମିଳିପାଳ ବାସୀ ବୋଲି ସୂଚନା ମିଳିଛି ।