ଓଡ଼ିଆ ନ୍ୟୁଜ୍: ଆଜି ଦେଶ ପାଳୁଛି କାରଗିଲ ବିଜୟ ଦିବସ। କାରଗିଲ ଯୁଦ୍ଧରେ ପାକିସ୍ତାନୀ ସେନାକୁ ପରାସ୍ତ କରିଥିଲେ ଭାରତୀୟ ସେନା। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନା ମୁଖ୍ୟ। କାରଗିଲ ବିଜୟ ଦିବସ । ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। ପାକିସ୍ତାନ ବିରୋଧରେ ଭାରତୀୟ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ।
୧୯୯୯ ମସିହା ଆଜିର ଦିନରେ ଭାରତ ପାକିସ୍ତାନକୁ ପରାଜିତ କରି କାରଗିଲରେ ବିଜୟ ଧ୍ବଜା ଉଡ଼ାଇଥିଲା। କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟେଇ ଦେଇଥିଲେ। ପ୍ରାୟ ୨ ମାସ ଧରି କାରଗିଲର ଉଚ୍ଚ ଶୀଖର ପାହାଡ଼ରେ ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରି ଏହି ଦିନରେ ବିଜୟ ହାସଲ କରିଥିଲେ ଭାରତୀୟ ସେନା ।କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା।
ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍ରେ କବ୍ଜା ଜମାଇ ଥିବା ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା । ସେଥିପାଇଁ ପ୍ରତି ବର୍ଷ ଜୁଲାଇ ୨୬କୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରାଯାଉଛି । ଜମ୍ମୁ-କାଶ୍ମୀର, ଲଦାଖ ଠାରୁ ଆରମ୍ଭ କରି ଦେଶର ଭିନ୍ନ ଭିନ୍ନ ସ୍ଥାନରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । କାରଗିଲ ଯୁଦ୍ଧରେ ଅନେକ ବୀର ଯବାନ ସହିଦ ହୋଇଥିଲେ ।