ଭାରତୀୟ ପାଣିପାଗ ବିଭାଗର ସ୍ପଷ୍ଟୀକରଣ: ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଇଏମ୍ଡି ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗର ସ୍ପଷ୍ଟୀକରଣ । ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଇଏମ୍ଡି ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ । ଏନେଇ ସ୍ପଷ୍ଟୀକରଣ ରଖିଛି ଭାରତୀୟ ପାଣିପାଗ ବିଭାଗ । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବା ନେଇ ପ୍ରକାଶ ପାଇଥିଲା ।
ଖବରକୁ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଖଣ୍ଡନ କରାଯାଇଛି । ସମ୍ପୃକ୍ତ ଖବରରେ ‘ଆଇଏମଡିର ଆକଳନ’ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ବୋଲି ଯାହା ଦର୍ଶାଯାଇଛି ତାହା ତଥ୍ୟ ଆଧାରିତ ନୁହେଁ । ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଏବେ ସୁଦ୍ଧା କୌଣସି ଆକଳନ କରାଯାଇ ନାହିଁ ବୋଲି ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି ।