ଭାରତରେ କରୋନା ସଂକ୍ରମଣ ପାଇଁ ନେପାଳରୁ ଚକ୍ରାନ୍ତ

0

ସାରା ବିଶ୍ୱରେ କରୋନା ସଂକଟ ଦେଖାଦେଇଛି l ଯାହାକୁ ନେଇ ବିଶ୍ୱର ଶକ୍ତିଶାଳୀ ଦେଶମାନେ ମଧ୍ୟ ହାର୍ ମାନିଯିବା ପରିସ୍ଥିତିରେ ପହଁଚିଲେଣି l ଭାରତରେ ମଧ୍ୟ କରୋନା ଭାଇରସ୍ ତାହାର କାୟା ବିସ୍ତାର କରିବାରେ ଲାଗିଛି l ଏହି ପରିସ୍ଥିତି ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି l ଏବଂ ଭାରତରେ ବିଭିନ୍ନ ପ୍ରକାରର ରାଜ୍ୟରେ ବିଭିନ୍ନ ପ୍ରକାରର ନିୟମ ଲାଗୁ କରାଯାଇଛି l

ଏହାରି ଭିତରେ ବିହାରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେବା l ଭାରତରେ କରୋନା ସଂକ୍ରମିତ ହେବା ପାଇଁ ନେପାଳରୁ ଚକ୍ରାନ୍ତ କରାଯାଇଛି l ନେପାଳରେ ରହୁଥିବା ଜଣେ ବ୍ୟକ୍ତି ଭାରତରେ କିପରି ଅଧିକରୁ ଅଧିକ କରୋନା ସଂକ୍ରମିତ ହେବେ ସେନେଇ ଚକ୍ରାନ୍ତ ହେଉଛି l ବିହାରର ପଶ୍ଚିମାଚମ୍ପାରଣ ଜିଲ୍ଲା ପଦାଧିକାରୀ ଏସ୍ ପି ଙ୍କୁ ଏକ ଚିଠି ଲେଖିଛନ୍ତି l ଜିଲ୍ଲା ଅଧିକରି ଏହି ଚିଠିରେ ଲେଖିଛନ୍ତି ଯେ ଏସ୍ଏସବି ସୂତ୍ରରୁ ତାଙ୍କୁ ସୂଚନା ମିଳିଛି ଯେ ନେପାଳରେ ରହୁଥିବା ଜାଲିମ ମୁଖିଆ ନାମକ ଜଣେ ବ୍ୟକ୍ତି 40-50 କରୋନା ଭାଇରସ୍ ଆକ୍ରାନ୍ତ ଯୁବକଙ୍କୁ ଭାରତ ମଧ୍ୟକୁ ପଠାଇବାକୁ ଚକ୍ରାନ୍ତ ଚଳାଇଛନ୍ତି l ଏହି ବ୍ୟକ୍ତି ମଧ୍ୟ ଭାରତ୍ ନେପାଲ ସୀମାରେ ଅବୈଧ ଅସ୍ତ୍ରଶସ୍ତ୍ର ସପ୍ଲାଇ ମଧ୍ୟ କରୁଥିଲା l ଏହି ନିର୍ଦେଶ ପାଇବାପରେ ଭାରତ୍ ନେପାଲ ସୀମାରେ ଅଧିକ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି l ଏବଂ କୌଣସି ପ୍ରକାରର ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି l

Leave A Reply

Your email address will not be published.