ଇଟାଲିରେ 100ରୁ ଉର୍ଦ୍ଧ୍ଵ ଡାକ୍ତରଙ୍କ ସମେତ 30 ନର୍ସ ମୃତ

0

ଇଟାଲିରେ ଆତଙ୍କ ଖେଳାଇବାରେ ଲାଗିଛି ମହାମାରୀ କରୋନା ଭାଇରସ୍ l ଏହି ଭାଇରସ୍ ଏବେ ଇଟାଲିରେ ଏପରି ସଂକ୍ରମିତ ହୋଇଛି ଯେ ପ୍ରତି ପରିବାରରେ ଜଣଙ୍କୁ ସଂକ୍ରମିତ ହୋଇ ଜୀବନ ନେଇଛି l ଏହି ମହାମାରୀ ଭାଇରସ୍ ଏବେ ଆମେରିକା, ସ୍ପେନ୍ ଏବଂ ଇଟାଲି ଭଳି ଦେଶ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି l ଯେତେବେଳେ ଘରେ ଘରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିବାକୁ ମିଲୁଛି ସେତେବେଳେ ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ ଙ୍କ କଥା ନକହିବା ଭଲ l

ଇଟାଲିରେ ପ୍ରାୟ 100 ରୁ ଉର୍ଦ୍ଧ ଡାକ୍ତରଙ୍କ ସମେତ 30 ରୁ ଅଧିକ ନର୍ସ ଙ୍କ ମୃତ୍ୟୁ ହୋଇସାରିଲାଣି l ଆଉ କେତେକ ଡାକ୍ତର ସଂକ୍ରମିତ ହୋଇ ଚିକିତ୍ସାଧିନ ଅଛନ୍ତି l ଇଟାଲିରେ ସ୍ଥିତି ଏତେ ସଙ୍ଗୀନ ହୋଇପଡିଛି ଯେ ସଂକ୍ରମିତ ଡାକ୍ତର, ନର୍ସ, କର୍ମଚାରୀ ଙ୍କ ସଂଖ୍ଯା ବଢିବାରେ ଲାଗିଛି l ଇଟାଲିରେ ଡାକ୍ତର ମହାସଂଘ ପକ୍ଷରୁ କୁହାଯାଇଛି ଯେ ଏପର୍ଯ୍ୟନ୍ତ ଇଟାଲିରେ 100 ରୁ ଉର୍ଦ୍ଧ ଡାକ୍ତରଙ୍କ ମୃତ୍ୟୁ ଘଟିସାରିଲାଣି l ଆଉ କେତେକ ଡାକ୍ତର ଚିକିସତ୍ିତ ହେଉଛନ୍ତି l ଇଟାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାପରେ ସରକାର କିଛି ଅବସର ଡାକ୍ତରଙ୍କୁ ଡ଼କାଇଥିଲେ l ମୃତକଙ୍କ ମଧ୍ୟରେ କିଛି ବରିଷ୍ଠ ଡାକ୍ତର ଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି l ଡାକ୍ତରଙ୍କ ସମେତ ନର୍ସ ଏବଂ ମେଡ଼ିକାଲ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି l

Leave A Reply

Your email address will not be published.