ଓଡ଼ିଆ ନ୍ୟୁଜ୍: ପୁଣି ଅସ୍ତ୍ର ବିରତି କଲା ପାକିସ୍ତାନ। କିଛି ଘଣ୍ଟା ଆଗରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣମାଧ୍ୟମରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ସୂଚନା ଦେଇଥିଲେ। ଏହା ପରେ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ମେ ୧୨ ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ହେବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଏହାକୁ କେଇ ଘଣ୍ଟା ନ ଯାଉଣୁ ପାକିସ୍ତାନ ଅସ୍ତ୍ରବିରତିର ଉଲ୍ଲଂଘନ କରିଛି। ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପକ୍ଷରୁ ଗୁଳିମାଡ଼ କରାଯାଇଛି।
ଆଉ ଏହାର ମୁହଁତୋଡ଼ ଜବାବ ମଧ୍ୟ ଦେଉଛନ୍ତି ଭାରତୀୟ ସେନା।ଶନିବାର ଅସ୍ତ୍ରବିରତି ଘୋଷଣା ହୋଇଥିଲେ ହେଁ ସନ୍ଧ୍ୟା ହେଉ ହେଉ ଜମ୍ମୁର ଉଧମପୁର ଜିଲ୍ଲାରେ ପୁଣି ଥରେ ପାକିସ୍ତାନ ଡ୍ରୋନ ହମଲା କରିଛି। ଶ୍ରୀନଗରରେ ଜୋରଦାର ଧମାକା ପରେ ସାଇରନ ବାଜିବାରେ ଲାଗିଛି। ପୂରା ସହରକୁ ବ୍ଲାକଆଉଟ୍ ଘୋଷଣା କରାଯାଇଛି।