ଓଡ଼ିଆ ନ୍ୟୁଜ୍: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ୍ସରେ ଏନେଇ ଘୋଷଣା ପରେ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ହୋଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ଉଭୟ ସହମତି ହୋଇଛୁ। ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି ହୋଇଛି। ଆଜି ଅପରାହ୍ନ ୩ଟା ୩୫ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ସହମତି କଥା ଜଣାଇ ଦିଆଯାଇଛି। ଆସନ୍ତା ୧୨ ତାରିଖ ୧୨ଟାରେ DGMO ସ୍ତରୀୟ ପୁଣି ଆଲୋଚନା ହେବ।