ପାକିସ୍ତାନକୁ ୧୭୬ ଟାର୍ଗେଟ

0

ଓଡ଼ିଆ ନ୍ୟୁଜ୍: ଟି ଟ୍ବେଣ୍ଟି ବିଶ୍ବକପ: ଭାରତ ରଖିଲା ୧୭୬ ରନ୍‌ର ଟାର୍ଗେଟ୍।ପାକିସ୍ତାନ ବିପକ୍ଷରେ ଭାରତର ସ୍କୋର ୧୭୫/୭।ଇଶାନଙ୍କ ଦୁର୍ଦ୍ଧର୍ଷ ୪୦ଟି ବଲ୍‌ରୁ ୭୭ ରନ୍‌ର ଇନିଂସ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରିଛି। ଇଶାନ କିଶନଙ୍କ ୭୭ ରନ ଇନିଂସ ବଳରେ ଭାରତ ଏହି ଚ୍ୟାଲେଞ୍ଜିଂ ସ୍କୋର କରି ପାରିଛି। ଏହା ସହିତ ଭାରତ ଟି-୨୦ ବିଶ୍ଵକପ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ସବୁଠୁ ବଡ଼ ସ୍କୋର କରିଛି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୨ ରନ, ଶିବମ ଦୁବେ ୨୭ ରନ ଓ ତିଳକ ବର୍ମା ୨୫ ରନ କରିଥିଲେ। ପାକିସ୍ତାନ ସାମ୍ନାରେ ରହିଛି ୧୭୬ ରନର ବିଜୟ ଲକ୍ଷ୍ୟ। ପାକିସ୍ତାନ ପକ୍ଷରୁ ସାଇମ ଆୟୁବ ୨୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ପ୍ରଥମ ଓଭରରେ ହିଁ ଅଭିଷେକ ଶର୍ମା ଖାତା ଖୋଲି ପାରି ନ ଥିଲେ। ଏହା ପରେ ପାକିସ୍ତାନ ବୋଲରଙ୍କ ଉପରେ କାଉଣ୍ଟର ଆଟାକ୍ କରିଥିଲେ ଇଶାନ କିଶନ। ଆଉ ତାଙ୍କୁ ସହଯୋଗ ଦେଇଥିଲେ ତିଳକ ବର୍ମା। ଇଶାନ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଇଶାନ ଓ ତିଳକ ଦ୍ଵିତୀୟ ଓ୍ଵିକେଟରେ ୮୭ ରନ ଯୋଡ଼ି ଭାରତର ସ୍ଥିତି ମଜବୁତ କରିଥିଲେ।

Leave A Reply

Your email address will not be published.