୧୨.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି I ହିମାଞ୍ଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଗୁରୁବାର ପ୍ରଥମ ଦିନିକିଆ ପରସ୍ପରକୁ ଭେଟିବେ l ଆସନ୍ତା ଦ୍ଵିତୀୟ ଏବଂ ତୃତୀୟ ଦିନିକିଆ 18,19 ତାରିଖରେ ଲକ୍ଷ୍ନୌ ଏବଂ କୋଲକାତା ରେ ଖେଳାଯିବ l ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଇଞ୍ଜୁରୀରୁ ଫେରି ଦଳରେ ଯୋଗ ଦେଇଛନ୍ତି I ଆଗକୁ ଟି 20 ବିଶ୍ୱ କପ ଆୟୋଜନ ହେବାକୁଥିବାରୁ ଅଧିନାୟକ ବିରାଟ କୋହଲି ଏବଂ କୋଚ ରବି ଶସ୍ତ୍ରୀ ଦିନିକିଆ ଫର୍ମାଟକୁ ଅଧିକ ପ୍ରାଧାନ୍ୟ ଦେଉନାହାନ୍ତି I ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷରେ କ୍ଲିନ ସ୍ୱିପ କରି ନିଜର ଆତ୍ମା ବିଶ୍ୱାସକୁ ଦୃଢ ରଖିଛି I ଅପରପକ୍ଷରେ ନ୍ୟୁଜଲାଣ୍ଡ ବିପକ୍ଷ ଗତ ଦିନିକିଆ ସିରିଜ୍ ଭାରତ 3-0 ରେ ପରାସ୍ତ ହୋଇଥିଲେ ମଧ୍ୟ ଏହି ପରାଜୟକୁ ଭୁଲି ଭାରତ ନିଶ୍ଚୟ ଭଲ ଖେଳିବlକୁ ଆଶା ରଖିଛି I