ଇତିହାସ ରଚିବ ଭାରତ: ଆଜି ଅଲଗା ହେବେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଚନ୍ଦ୍ରରେ ଇତିହାସ ରଚିବାକୁ ଯାଉଛି ଭାରତ । ଚନ୍ଦ୍ରଯାନ-୩ ମିଶନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାହା ହେଉଛି, ଆଜି ପରସ୍ପରଠାରୁ ଅଲଗା ହେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ । ଏହା ପରେ ରୋଭର ପ୍ରଜ୍ଞାକୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ । ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ । ଚନ୍ଦ୍ରଯାନ-୩ ନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲସନ୍ ମଡ୍ୟୁଲ ପରି ୩ଟି ମୁଖ୍ୟ ଅଂଶ ରହିଛି । ପ୍ରପଲସନ୍ ମଡ୍ୟୁଲ ଚନ୍ଦ୍ରର କକ୍ଷରେ ରହି ପୃଥିବୀକୁ ଆସିବାକୁ ଥିବା ବିକିରଣର ଅଧ୍ୟୟନ କରିବ । ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ଖଣିଜ ଓ ପାଣି ଆଦି ଖୋଜିବାରେ ଲାଗିପଡ଼ିବେ ।

 

Leave A Reply

Your email address will not be published.