ଓଡ଼ିଆ ନ୍ୟୁଜ୍: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଟି ଟ୍ବେଣ୍ଟି ବିଶ୍ବକପ ଚାଂପିଅନ୍। ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ।୨୫୬ ରନର ପିଛା କରି ନ୍ୟୁଜିଲାଣ୍ଡ ୧୫୯ ରନରେ ଅଲଆଉଟ।ଯଶପ୍ରୀତ ବୁମରାଙ୍କୁ ୪ ଓ ଅକ୍ଷର ପଟେଲଙ୍କୁ ୩ଟି ସଫଳତା।ସର୍ବାଧିକ ତୃତୀୟ ଥର ପାଇଁ ଭାରତ ଟି ଟ୍ବେଣ୍ଟି ବିଶ୍ବକପ ଚାଂପିଅନ୍।ପ୍ରଥମ ଦଳ ଭାବେ ଲଗାତାର ଟି ୨୦ ବିଶ୍ବକପ ଟାଇଟଲ ହାସଲ କଲା।
ଘରୋଇ ମାଟିରେ ବିଶ୍ଵକପ୍ ଜିତିବାର ରେକର୍ଡ କରିଛି ସୂର୍ଯ୍ୟ ବାହିନୀ। ଅନ୍ୟପଟେ ପ୍ରଥମ ଥର ବିଶ୍ଵ ଚାମ୍ପିଅନ ହେବାର ନ୍ୟୁଜିଲାଣ୍ଡର ସ୍ଵପ୍ନ ଧୂଳିସାତ ହୋଇଛି। ଏହା ପୂର୍ବରୁ କୌଣସି ଦଳ ଚାମ୍ପିଅନ ହେବା ପରେ କ୍ରମାଗତ ଟାଇଟଲ ବଜାୟ ରଖିବାର ରେକର୍ଡ କରି ନାହାନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଥିଲା। ସଞ୍ଜୁ ସାମସନ ୮୯ ରନ, ଇଶାନ କିଶନ ୫୪ ରନ ଓ ଅଭିଷେକ ଶର୍ମା ୫୨ ରନ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୧୫୯ ରନ କରି ପାରିଛି। ଯଶପ୍ରୀତ ବୁମରା ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।