ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଜହ୍ନକୁ ଛୁଇଁଲା ଭାରତ । ସଫଳ ହେଲା ଭାରତର ମୁନ୍ ମିଶନ ଚନ୍ଦ୍ରଯାନ-୩ । ସାରା ବିଶ୍ୱ ଦେଖିଲା ଭାରତର ଐତିହାସିକ ସଫଳତା । ସ୍ୱର୍ଣ୍ଣାକ୍ଷରରେ ଇତିହାସରେ ଲିପିବଦ୍ଧ ହେଲା ଇସ୍ରୋର ନାଁ’ । ୬ଟା ୪ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ । ଜହ୍ନରେ ଶୁଭିଲା ଜୟ ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ସାରା ବିଶ୍ୱରେ ଏକ ନମ୍ବର ହେଲା ଭାରତ । ଏହାପରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ବିଶିଷ୍ଠ ବ୍ୟକ୍ତି । ମୋଦି କହିଲେ ଏ କ୍ଷଣ ଅବିସ୍ମରଣୀୟ । ଅକ୍ଳାନ୍ତ ପରିଶ୍ରମ ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁ ଶ୍ରେୟ ଦେଲେ । ଋଷ ଚୀନ ଯାହା କରିପାରିଲେନି ତାହା ଭାରତ କରି ଦେଖାଇଲା । ଭାରତର ମୁନ ମିଶନକୁ ବାଃ ବାଃ କରୁଛି ସାରା ବିଶ୍ୱ ।
ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ । ସାରା ବିଶ୍ୱରୁ ଛୁଟୁଛି ଶୁଭେଚ୍ଛା । ମିଠା ଖୁଆଇ ସେଲିବ୍ରେସନ କରୁଛନ୍ତି ଦେଶବାସୀ । ସଫଳତା ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥିଲା । ଅନ୍ୟପଟେ ଇସ୍ରୋ ମୁଖ୍ୟ କହିଛନ୍ତି, ଇସ୍ରୋ ସଂଗଠନ କ’ଣ, ତା’ର ପ୍ରମାଣ ପାଇଲା ସାରା ବିଶ୍ୱ । ଏହି ସଫଳତା ଆଗକୁ ବଢିବାକୁ ପ୍ରେରଣା ଦେଇଛି । ଇସ୍ରୋ ଦେଶର ଜାତୀୟ ପତକାକୁ ଉଚ୍ଚ କରିଛି ।