ଡେଙ୍ଗୁ ହଟସ୍ପଟ ରାଜଧାନୀ ଭୁବନେଶ୍ୱର, ବିଏମସି ଅଫିସ୍ ଭିତରକୁ ମଶା ଧୂଆଁ ଛାଡିଲା ବିଜେପି

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭୁବନେଶ୍ୱରକୁ ଡେଙ୍ଗୁ ହଟସ୍ପଟ କହିଲେ ଭୁଲ ହେବ ନାହିଁ । ନମୁନା ପରୀକ୍ଷା କରିବା ପାଇଁ ହଜାର ହଜାର ରୋଗୀଙ୍କ ଲମ୍ବା ଲାଇନ ଲାଗିଛି । ଦୈନିକ ୭୦ରୁ ୮୦ ରୋଗୀ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏଭଳି ସ୍ଥିତିକୁ ନେଇ ଡେଙ୍ଗୁ ସ୍ଥିତିକୁ ନେଇ ବିଏମସିକୁ ଘେରିଲା ବିଜେପି। ବିଏମସି କାର୍ୟ୍ୟାଳୟ ଘେରିବା ସହ ବଢ଼ୁଥିବା ଡେଙ୍ଗୁର ନିୟନ୍ତ୍ରଣରେ ବିଏମସି ବିଫଳ ହେଉଥିବା ଅଭିଯୋଗ କରି ବିଜେପିର ହଲ୍ଲାବୋଲ । ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ବିଏମସି କାର୍ୟ୍ୟାଳୟ ଭିତରକୁ ମଶା ଧୂଆଁ ଛାଡ଼ିଛନ୍ତି ବିଜେପି ନେତା ।

ଗତ କିଛି ଦିନ ଧରି ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ବିଜେପି ବାରମ୍ବାର ବିଏମସିକୁ ଘେରିବା ସହ ଡେଙ୍ଗୁ ମୁକାବିଲାରେ ବିଏମସି ବିଫଳ ହୋଇଥିବା ଅଭିଯୋଗ କରିଆସୁଛି । ଏବେ ବିଏମସି କାର୍ୟ୍ୟାଳୟକୁ ମଶା ଧୁଆଁ ଛାଡ଼ିବା ସହ ସହରର ପ୍ରତି ଗଳିକନ୍ଦିକୁ ଯାଇ ମଶା ଧୂଆଁ ଛାଡିବାକୁ ଦାବି କରିଛନ୍ତି । ଏପରିକି ଭୁବନେଶ୍ୱରବାସୀଙ୍କୁ ଡେଙ୍ଗୁ ଉପହାର ଦିଆଯାଉଥିବା କହି କଟାକ୍ଷ କରିଛି ବିଜେପି ।

Leave A Reply

Your email address will not be published.