ୱେଷ୍ଟଇଣ୍ଡିଜକୁ ମାତ୍ ଦେଇ ପ୍ରଥମ ଦିନିକିଆ ଜିତିଲା ଭାରତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତର ବଡ଼ ବିଜୟ । ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ । ୧୧୫ ରନର ଟାର୍ଗେଟକୁ ୨୩ ଓଭର ସୁଦ୍ଧା ପୂରଣ କଲା ଟିମ୍ ଇଣ୍ଡିଆ । ଘରୋଇ ଦଳର ଟପ ଅର୍ଡର ବ୍ୟାଟସମ୍ୟାନଙ୍କୁ ଭାରତର ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜାଦେଜା ଓ କୁଲଦୀପ ଯାଦବ ଆଉଟ କରିବା ପରେ ଘରୋଇ ଦଳ ୨୨ ଓଭରରେ ୧୨୪ ରନ୍ କରି ଅଲଆଉଟ ହୋଇଥିଲା ।

ଏହାପରେ ୧୧୫ ରନ୍ ଲକ୍ଷ୍ୟରେ ଖେଳିଥିବା ଭାରତ ପାଇଁ ଶୀର୍ଷକ୍ରମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂ ପାଇ ଆସିନଥିଲେ । ଫଳରେ ଭାରତ ୧୦୦ ରନ୍ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା । ତଥାପି ଈଶାନ କିଶନଙ୍କ ଅର୍ଦ୍ଧଶତକ ଭାରତକୁ ସହଜ ବିଜୟ ଦେଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି ।

Leave A Reply

Your email address will not be published.