ୟୁକ୍ରେନର ରାଜଧାନୀ କିଭରେ ଋଷର ଘନ ଘନ ଆକ୍ରମଣ: ଭାରତୀୟ ଦୂତାବାସ ହେଲା ବନ୍ଦ

0

 ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣିଥରେ  ୟୁକ୍ରେନର ରାଜଧାନୀ କିଭ୍‌ ଓ ଖାର୍କିଭରେ ରୁଷର ପ୍ରଚଣ୍ଡ ଆକ୍ରମଣ ଆରମ୍ଭ ହୋଇଯାଇଛି। ପୂର୍ବାପେକ୍ଷା ରୁଷ ଆଜିଠାରୁ ଆକ୍ରମଣକୁ ଆହୁରି ଜୋରଦାର କରିଛି। ଏହାକୁ ଦୃଷ୍ଟିରେ ରଖି କିଭ୍‌ରେ ଥିବା ଭାରତୀୟ ଦୂତାବାସକୁ ଆଜି ବନ୍ଦ କରି ଦିଆଯାଇଛି। ସେହିପରି କିଭ୍‌ରେ ରହୁଥିବା ଭାରତୀୟ ଅଧିକାରୀ ଓ ସେମାନଙ୍କ ପରିବାର ବର୍ଗ ଏବେ ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ଥିବା ଲଭିଭକୁ ଯିବେ।

ଏଠାରେ ରୁଷ ଏଯାଏ ଆକ୍ରମଣ କରି ନଥିବାରୁ ସେଠାରେ ଦୂତାବାସ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଦୂତାବାସ ବନ୍ଦ ହେବା ପୂର୍ବରୁ ଆଜି କିଭ୍‌ରେ ରହୁଥିବା ସମସ୍ତ ଭାରତୀୟ ନାଗରିକମାନଙ୍କୁ ସହର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ଭାରତୀୟମାନେ ମଧ୍ୟ ନିଜ ନିଜ ଉପାୟରେ କିଭ୍‌ ଛାଡ଼ିବାରେ ଲାଗିଛନ୍ତି। ଏବେ କିଭ୍‌ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ସମସ୍ତଙ୍କ ସୁରକ୍ଷା ପାଇଁ ଦୂତାବାସକୁ ବନ୍ଦ କରାଯାଇଥିବା କୁହାଯାଇଛି।

ଅନ୍ୟପକ୍ଷରେ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫିସିଥିବାର ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ ଗଙ୍ଗା ଆହୁରି ଜୋରଦାର ହେବ। ଆଜି ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ତେଣୁ ଯଥାଶୀଘ୍ର ଭାରତୀୟଙ୍କୁ କିଭ୍‌, ଖାର୍କିଭ ଓ ଅନ୍ୟାନ୍ୟ ଅଞ୍ଚଳରୁ ଉଦ୍ଧାର କରିବାକୁ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ ୨୬ଟି ବିମାନ ଅପରେନସ ଗଙ୍ଗା ବା ୟୁକ୍ରେନରେ ଉଦ୍ଧାର କାର୍ଯ୍ୟ କରିବ। ଏହି ବିମାନ ଗୁଡ଼ିକରେ ୟୁକ୍ରେନରୁ ପଡ଼ୋଶୀ ଦେଶକୁ ଯାଇଥିବା ଭାରତୀୟଙ୍କୁ ଅଣାଯିବ ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଘଳ ସୂଚନା ଦେଇଛନ୍ତି।

ଏପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ୟୁକ୍ରେନ ଉପରେ ଋଷର ଆକ୍ରମଣ, ଆଶାଠାରୁ ଅଧିକ ଖରାପ । ୟୁରୋପରେ ବର୍ତ୍ତମାନ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି ବୋଲି କହିଛନ୍ତି ବୋରିସ ଜନସନ ।

Leave A Reply

Your email address will not be published.