ନକଲି ନୋଟ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ: ଦୁଇ ଯୁବକ ଗିରଫ, ଟଙ୍କା ଛପା ମେସିନ ଜବତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ଦୁଇ ଯୁବକ ଗିରଫ। ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଏକ ହୋଟେଲରୁ ଗିରଫ କଲା କମିଶନରେଟ ପୋଲିସ।୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜାଲ ନୋଟ୍ ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ଗଂଜାମ ଜିଲ୍ଲାର ବୋଲି ଜଣା ପଡିଛି। ରାତାରାତି ଧନୀ ହେବାର ସ୍ୱପ୍ନରେ ଦୁଇ ଯୁବକ ଏଭଳି କାମ କରୁଥିବାର ସୂଚନା ମିଳିଛି। ଅଭିଯୁକ୍ତଙ୍କ ମଧ୍ୟରୁ ସତ୍ୟନାରାୟଣ ନାମଜ ଜଣେ ଅଭିଯୁକ୍ତ ଭଞ୍ଜନଗର ଅଞ୍ଚଳରେ  କୋଚିଂ ସେଣ୍ଟର ଚଳାଉ ଥିଲା। ହେଲେ କୋଚିଂରୁ ଭଲ ରୋଜଗାର ନହେବାରୁ କିଭଳି ସେ ରାତରତି ବଡ଼ଲୋକ ହେବ ସେନେଇ ସ୍ବପ୍ନ ଦେଖୁଥିଲା । ଏଥିପାଇଁ ସେ

ଗଂଜାମ ଅଞ୍ଚଳର ଭୋଳା ପ୍ରଧାନ ସହ ଯୋଗାଯୋଗ କରିଥିଲେ। ଭୋଳା ପ୍ରଧାନ ଆନ୍ଧ୍ରରେ କାମ କରୁଥିବା ବେଳେ ସେଠାରେ ନକଲି ନୋଟ୍ ତିଅରି କରୁଥିବା କାମ ଭଲଭାବରେ ଶିଖିଛି। ଟ୍ରେନରେ ଏହି ଦୁଇ ଅଭିଯୁକ୍ତ ପ୍ରଥମ ଚିହ୍ନା ପରିଚୟ ହୋଇଥିଲେ। ପରେ ଉଭୟ କୋଟି ପ୍ରତି ହେବାର ନିଶାରେ  ନକଲି ନୋଟ୍ ତିଅରି କରିବା ଅରମ୍ଭ କରିଥିଲେ।ଏଥିପାଇଁ ସେମାନେ ୟୁଟ୍ୟୁବରୁ  କିଛି ନୁଆ ତରିକା ଶିଖିଥିଲେ।

ସୂଚନା ମୁତାବକ ସତ୍ୟନାରାୟଣ ଜଣେ ଯୁବକକୁ ଚାକିରି ଦେବାକୁ କହି ତାଠାରୁ ୮ ଲକ୍ଷ ଟଙ୍କା ନେଇଥିଲେ । ପରେ ତାକୁ ଚାକିରି ନଦେଇ ପାରିବାରୁ ସେହି ଯୁବକ ଜଣଙ୍କ ସତ୍ୟନାରାୟଣଙ୍କୁ ଟଙ୍କା ମାଗିଥିଲା । ସତ୍ୟନାରାୟଣ ଫେରାଇ ନପାରିବାରୁ  ସେ ଭୋଳା ପ୍ରଧାନ ସହ ମିଶି ନକଲି ନୋଟ ତିଆରି କରିବା ଆରମ୍ଭ କରିଥିଲେ।

ସତ୍ୟ ନାରାୟଣ ପ୍ରଥମେ ଶିବନାରାୟଣ ମୁଦୁଲି ନାମକ ଜଣେ ବ୍ୟକ୍ତିକୁ ୧୨ଲକ୍ଷ ଟଙ୍କାର ନକଲି ନୋଟ୍ ଦେଇଥିଲେ।  ଆଉ ଶିବନାରାୟଣ ଜାଣି ପାରିବା ପରେ ସତ୍ୟ ନାରାୟଣ ନିଜ ମୋବାଇଲକୁ ଅଫ କରିଦେଇ ଥିଲା। ସେହିଭଳି ଆଉ ଜଣେ ବ୍ୟକ୍ତିକୁ ମଧ୍ୟ ୩ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ ଦେଇଥିଲା। ସେପଟେ ଏହି କାରବାରରେ ଥାଇ ମଧ୍ୟ ସତ୍ୟନାରାୟଣ ମିଛି ଚାକିରି ଦେବା ଆଳରେ  ଛାତ୍ରଛାତ୍ରୀଙ୍କୁ  ଟାର୍ଗେଟ କରୁଥିଲା । ଆଉ ଭୋଳା ନକଲି ନୋଟ୍ ତିଆରି କରିବା ଆରମ୍ଭ କରି  ୁ ରଛାତ୍ରୀ ା ଆଳରେ ରିରହି ତା ତି ବ କବେପାର ଅରମ୍ଭ କରିଥିଲା । ପୋଲିସ ପାଖରେ ଚାକିରି ନପାଇ ହତାସ ହୋଇଥିବା ଯୁବକମାନେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି ଓ ସେମାନଙ୍କ ଠାରୁ ନୋଟ ଛାପୁଥିବା ମେସିନ ଜବତ କରିଛି।

Leave A Reply

Your email address will not be published.