ଏସିଆ କପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା

0

ଓଡ଼ିଆ ନ୍ୟୁଜ୍: ଏସିଆ କପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା।ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ୧୮ ଜଣିଆ ଟିମ୍ ଘୋଷଣା ହୋଇଛି।୧୮ ଜଣିଆ ଟିମ୍‌ରେ ୩ ଓଡ଼ିଆ ଖେଳାଳି ସାମିଲ୍ ଅଛନ୍ତି। ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା, ନୀଲମ ସଞ୍ଜୀପ ଖେସ୍‌ଙ୍କୁ ସୁଯୋଗ। ଆସନ୍ତା ୨୯ରୁ ବିହାର ରାଜଗିର୍‌ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ।ଏଥିରେ ବିଜୟୀ ହୋଇଥିବା ଦଳ ଆସନ୍ତା ବର୍ଷ ନେଦରଲ୍ୟାଣ୍ଡସ୍ ଏବଂ ବେଲଜିୟମରେ ଅଗଷ୍ଟ ୧୪ ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ବିଶ୍ୱକପରେ ସିଧାସଳଖ ପ୍ରବେଶ ପାଇବେ।

ତେବେ ଘୋଷଣା କରାଯାଇଥିବା ଟିମ୍‌ର ଅଧିନାୟକ ହୋଇଛନ୍ତି ଡ୍ରାଗ୍ ଫ୍ଲିକର୍ ହରମନପ୍ରୀତ ସିଂହ। ରାଜିନ୍ଦର ସିଂହ, ଲାକ୍ରା ଏବଂ ଦିଲପ୍ରୀତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ଅଂଶ ଥିଲେ। ରାଜିନ୍ଦରଙ୍କୁ ଶମଶେର ସିଂହଙ୍କ ସ୍ଥାନରେ ଚୟନ କରାଯାଇଥିଲା, ଯେତେବେଳେ ଲାକ୍ରା, ଲଳିତ ଉପାଧ୍ୟାୟଙ୍କ ସ୍ଥାନରେ ଆସିଥିଲେ। ଲଳିତ ଉପାଧ୍ୟାୟ ବର୍ତ୍ତମାନ ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି। ଏସିଆ କପରେ ଭାରତକୁ ପୁଲ ଏ’ରେ ଜାପାନ, ଚୀନ୍ ଏବଂ କାଜାଖସ୍ତାନ ସହିତ ରଖାଯାଇଛି। ଭାରତୀୟ ଦଳ ଅଗଷ୍ଟ ୨୯ରେ ଚୀନ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଏହା ପରେ ଅଗଷ୍ଟ ୩୧ରେ ଜାପାନ ଏବଂ ସେପ୍ଟେମ୍ବର ୧ରେ କାଜାଖସ୍ତାନ ବିପକ୍ଷରେ ଖେଳିବ।

Leave A Reply

Your email address will not be published.