ଦ. ଆଫ୍ରିକା ସିରିଜ୍ ପୂର୍ବରୁ ଖେଳାଳି ଦେବେ ଫିଟନେସ୍ ଟେଷ୍ଟ: ବିସିସିଆଇ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଟି-୨୦ ସିରିଜରେ ସାମିଲ୍ ଖେଳାଳିଙ୍କୁ ଆଇପିଏଲ ପରେ ଫିଟନେସ୍ ଟେଷ୍ଟ ଦେବାକୁ ପଡିବ। ଭାରତୀୟ ଦଳର ସମସ୍ତ ଖେଳାଳି ଜୁନ ୫ କିମ୍ବା ତା ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ଏକତ୍ରିତ ହେବେ। ଏନସିଏ ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ଏବଂ ଫିଜିଓ ନୀତିନ ପଟେଲଙ୍କ ତତ୍ଵାବଧାନରେ ସମସ୍ତ ଖେଳାଳିଙ୍କ ଫିଟନେସ୍ ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଖେଳାଳି ଜୁନ ୭ରେ ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ବିସିସିଆଇର ବରିଷ୍ଠ ଅଧିକାରୀ ଇନସାଇଡସ୍ପୋର୍ଟ୍ସକୁ କହିଛନ୍ତି, ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ସମସ୍ତ ଖେଳାଳି ଏନସିଏରେ ଫିଟନେସ୍ ଟେଷ୍ଟ ପାଇଁ ଏକାଠି ହେବେ। ଏହା ଏଥିପାଇଁ କାରଣ ଅନେକ ଖେଳାଳି ଛୋଟ ମୋଟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ହର୍ଷଲଙ୍କ ଠାରେ ଏବେ ମଧ୍ୟ ଷ୍ଟିଜ୍ ପଡିଛି। ତେଣୁ ବୋର୍ଡ ଖେଳାଳିଙ୍କ ଫିଟନେସ୍ ନେଇ ସୁନିଶ୍ଚିତ ହେବାକୁ ଚାହୁଁଛି।

Leave A Reply

Your email address will not be published.