ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆରବ ସାଗରରେ ବୁଡିଲା ଭାରତୀୟ ଜାହାଜ। ଉଦ୍ଧାର କଲା ପକିସ୍ତାନ ସେନା। ଜାହାଜ ଓଲଟିବା କାରଣରୁ ଭାରତୀୟ କ୍ରୁ ମେମ୍ବରଙ୍କୁ ବୁଡିବାରୁ ରକ୍ଷା କରିଛି ପାକିସ୍ତାନୀ ନୌସେନା। ପାକିସ୍ତାନୀ ନୌସେନା ଜନସଂପର୍କ ମହାନିର୍ଦ୍ଦେଶକ କହିଛନ୍ତି, ଭାରତୀୟ ଜାହାଜ ‘ଜମନା ସାଗର’ରେ ବୁଡି ଯାଇଥିଲା। ଏଥିରେ ୧୦ ଜଣ କ୍ରୁ ମେମ୍ବର ରହିଥିଲେ। ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।
ନୌସେନା ଜାହାଜ ବୁଡିବା ପରେ ପାକିସ୍ତାନ ସମୁଦ୍ରୀ ସୂଚନା କେନ୍ଦ୍ର ପାଖରେ ଥିବା ଏମଟି କ୍ରୁଇବେକକୁ ଭାରତୀୟ ଜାହାଜର କ୍ରୁ ମେମ୍ବେର୍ସ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଏଥିରେ ୯ ଜଣଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଜଣେ ନିଖୋଜ ଥିଲେ। ତାଙ୍କ ମୃତଦେହକୁ ପରେ ଉଦ୍ଧାର କରାଯାଇଥିଲା। ଜାହାଜ ନଅ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରି ଦୁବାଇର ପରବର୍ତ୍ତୀ ବନ୍ଦରକୁ ଚାଲିଆସିଥିଲା ଏବଂ ପରେ କ୍ରୁ ସଦସ୍ୟମାନଙ୍କୁ ମୁକ୍ତ କରିଥିଲା।