ଓଡ଼ିଆ ନ୍ୟୁଜ୍: ଭାରତୀୟ ଛାତ୍ରୀଙ୍କୁ କାନାଡ଼ାରେ ଗୁଳି କରି ହତ୍ୟା କରାଯାଇଛି। ଛାତ୍ରୀ ଜଣକ ହାମିଲଟନସ୍ଥିତ ଏକ ବସ୍ ଷ୍ଟପରେ ଛିଡ଼ା ହୋଇଥିବାବେଳେ ଗୋଟିଏ ପଥଭ୍ରଷ୍ଟ ଗୁଳି ତାଙ୍କ ଶରୀରରେ ବାଜିଥିଲା। ଯାହାଫଳରେ ସେ ସେହିଠାରେ ଟଳି ପଡ଼ିଥିଲେ। ହତ୍ୟାର ଶିକାର ଛାତ୍ରୀଙ୍କ ନାମ ହରସିମରତ ରନ୍ଧଓ୍ବା। ତାଙ୍କ ବୟସ ୨୧ ବର୍ଷ। ସେ ମୋହାକ କଲେଜରେ ଅଧ୍ୟୟନ କରୁଥିଲେ।
ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା(ସ୍ଥାନୀୟ ସମୟ)ରେ ହରସିମରତ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଏହି ସମୟରେ ନିକଟରେ ଦୁଇଟି ଗାଡ଼ି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଫଳରେ ସେମାନେ ପରସ୍ପରଙ୍କୁ ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ପଥଭ୍ରଷ୍ଟ ହୋଇ ହରସିମରତଙ୍କ ଶରୀରରେ ବାଜିଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।