ଭାରତର ପ୍ରଥମ ଗଣେଶ ମନ୍ଦିର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତରେ ଅନେକ ମନ୍ଦିର ରହିଛି | ପ୍ରତ୍ୟେକ ମନ୍ଦିରର ବିଶେଷତ୍ୱ ମଧ୍ୟ ଭିନ୍ନ ଭିନ୍ନ ରହିଛି | ସେହିଭଳି ଭଗବାନ ଗଣେଶଙ୍କ ଏଭଳି ଏକ  ମନ୍ଦିର ରହିଛି, ଯାହା  ଅନେକ କ୍ଷେତ୍ରରେ ଅନନ୍ୟ ଅଟେ। ଏହି ମନ୍ଦିର କେବଳ ଭାରତରେ ନୁହେଁ ବିଶ୍ୱରେ  ପ୍ରଥମ ଗଣେଶ ମନ୍ଦିର ଭାବରେ ପରିଗଣିତ ହୋଇଛି। ଭଗବାନ ଗଣେଶଙ୍କର ପ୍ରଥମ ତ୍ରିନେତ୍ର ପ୍ରତିମା ଏଠାରେ ଉପସ୍ଥିତ | କୁହାଯାଏ ଦେଶରେ କେବଳ ଚାରୋଟି ଏପରି ଗଣେଶଙ୍କ ପ୍ରତିମା ରହିଛି। ତେବେ ଆସନତୁ ଜାଣିବା କଣ ରହିଛି ଏହି ମନ୍ଦିରର ବିଶେଷତ୍ୱ |

ପ୍ରସିଦ୍ଧ ତ୍ରିନାଥ ଗଣେଶ ମନ୍ଦିର ରଣତଭୱର ମନ୍ଦିର ନାଁ ରେ ବେଶ୍‌ ଜଣାଶୁଣା । ଏହି ମନ୍ଦିର ୧୫୭୯ ଫୁଟ ଉଚ୍ଚରେ ଅରାବଲି ଏବଂ ବିନ୍ଧ୍ୟାଞ୍ଚଳ ପାହାଡରେ ଅବସ୍ଥିତ । ଏହି ମନ୍ଦିରର ସବୁଠାରୁ ବଡ ବିଶେଷତା ହେଉଛି ଏଠାକୁ ଆସୁଥିବା ଚିଠି । ଯଦି ଘରେ କୌଣସି ଶୁଭ କାମ ଥାଏ, ତେବେ ପୂଜାପାଠ ହେବାକୁ ଥିବା ପ୍ରଥମ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପଠାଯାଏ । କେବଳ ଏତିକି ନୁହେଁ, କୌଣସି ଅସୁବିଧା ହେଲେ ଭକ୍ତମାନେ ମଧ୍ୟ ଏହି ମନ୍ଦିରକୁ ଚିଠି ପଠାନ୍ତି । ପ୍ରତିଦିନ ହଜାର ହଜାର ନିମନ୍ତ୍ରଣ କାର୍ଡ ଏବଂ ଚିଠି ଏଠାରେ ପହଞ୍ଚିଥାଏ । ଆଉ ଏହି ଚିଠି ଗୁଡ଼ିକୁ ପୂଜାରି ଭଗବାନ ତ୍ରିନେତ୍ର ଗଣେଶଙ୍କ ନିକଟରେ ପଢ଼ିଥାଆନ୍ତି ଯାହାଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ |

ଖ୍ରୀଷ୍ଟପୂର୍ବ ୧୨୯୯-୧୩୦୧ ମଧ୍ୟରେ ମହାରାଜା ହାମିରଦେବ ଚୌହାନ ଏବଂ ଦିଲ୍ଲୀର ଶାସକ ଆଲାଉଦ୍ଦିନ ଖିଲଜୀଙ୍କ ମଧ୍ୟରେ ରଣଥମ୍ଭୋରରେ ଯୁଦ୍ଧ ହୋଇଥିଲା। ଏହି ସମୟରେ ନଅ ମାସରୁ ଅଧିକ ସମୟ ଦୁର୍ଗକୁ କିଲା ଶତ୍ରୁମାନେ ଘେରି ରହିଥିଲେ । ଯେତେବେଳେ ଦୁର୍ଗରେ ରାସନ ସାମଗ୍ରୀ ସରିଗଲା ସେତେବେଳେ ଗଣେଶଜୀ ହମିରଦେବ ଚୌହାନଙ୍କ ସ୍ୱପ୍ନରେ ଦେଖା ଦେଇ ସେହି ସ୍ଥାନରେ ପୂଜା କରିବାକୁ କହିଥିଲେ। ହମିର ଦେବ ସେଠାରେ ପହଞ୍ଚିବା ପରେ ଗଣେଶ ସ୍ୱୟଂ ପ୍ରକଟ ହୋଇଥିଲେ। ଆଉ ହମିର ଦେବ ପୁନର୍ବାର ଏଠାରେ ମନ୍ଦିର ନିର୍ମାଣ କରିଥିଲେ। ସେଥିପାଇଁ ଏହାକୁ ଭାରତର ପ୍ରଥମ ଗଣେଶ ମନ୍ଦିର କୁହାଯାଏ।

ତ୍ରିନେତ୍ର ଗଣେଶଙ୍କ ବିଷୟରେ ରାମାୟଣ ସମୟ ଏବଂ ଦ୍ୱାପର ଯୁଗରେ ମଧ୍ୟ ଉଲ୍ଲେଖ କରାଯାଇଛି। କୁହାଯାଏ ଯେ ପ୍ରଭୁ ଶ୍ରୀରାମ ଲଙ୍କା ଯାତ୍ରା କରିବା ପୂର୍ବରୁ ଭଗବାନ ଗଣେଶଙ୍କର ଏହି ରୂପକୁ ଅଭିଷେକ କରିଥିଲେ। ସେହିପରି ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ରୁକ୍ମୁଣୀଙ୍କୁ ବିବାହ କରିଥିଲେ। ଏହି ବିବାହରେ ସେ ଗଣେଶଙ୍କୁ ନିମନ୍ତ୍ରଣ କରିବାକୁ ଭୁଲି ଯାଇଥିଲେ। ଯାହାଫଳରେ ଗଣେଶଙ୍କ ବାହନ ମୂଷାମାନେ କୃଷ୍ଣଙ୍କ ରଥ ଆଗରେ ଏବଂ ପଛରେ ସମସ୍ତ ସ୍ଥାନ ଖୋଳି ଦେଇଥଥିଲେ। ଏହା ଦେଖି କୃଷ୍ଣ ତାଙ୍କ ଭୁଲକୁ ଅନୁଭବ କରି ଗଣେଶଙ୍କୁ କ୍ଷମା ମାଗିଥିଲେ। ସେବେଠାରୁ ପ୍ରତ୍ୟେକ ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଏ ।ଏହି କାରଣରୁ ରଣଥମ୍ବୋର ଗଣେଶଙ୍କୁ ଭାରତର ପ୍ରଥମ ଗଣେଶ କୁହାଯାଏ।

Leave A Reply

Your email address will not be published.