ଖୋର୍ଦ୍ଧା (ଓଡ଼ିଆ ନ୍ୟୁଜ୍): ନିଶା ଦ୍ରବ୍ୟ କାରବାର ରୋକିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଆଇନ୍ ରହିଛି । ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ନାରାୟଣୀ ପଡ଼ା ଗ୍ରାମର ଆଦିବାସୀ ମହିଳାମାନେ ମିଳିତ ଭାବେ ନିଶା ଦ୍ରବ୍ୟ କାରବାର ରୋକିବା ପାଇଁ ଦଶଦିନ ଧରି ଧର୍ମଘଟ ଜାରି ରଖିଛନ୍ତିକ୍ଷ ଚୋରା ମଦ ବେପାରୀମାନେ ମଦ ରାନ୍ଧିବା ଓ ବିକ୍ରୀକୁ ରୋକିବା ପାଇଁ ମହିଳାମାନେ ରାତି ରାତି ଉଜାଗର ରହି ଜଗିରହିଛନ୍ତି। ନିଶା ଦ୍ରବ୍ୟ ବେପାର ବଢିିବା ଦ୍ୱାରା ଯୁବ ପିଢ଼ି ଓ ଗରିବ ଖଟିଖିଆ ଅସହାୟ ଲୋକମାନେ ଏହାର ଶୀକାର ହେଉଛନ୍ତି । ଫଳରେ କେତେକେତେ ନିରିହ ଜୀବନ ଉଜୁଡ଼ିଯାଉଛି । ଯେଉଁଥି ପାଇଁ ନିଶା ଦ୍ରବ୍ୟ ବର୍ଜନ କରିବାକୁ ନାରାୟଣୀପଡ଼ା ମହିଳା ମାନେ ତୀବ୍ର ନିନ୍ଦା କରିବା ସହ ଗୋପାଳପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ ବାରିକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ବୋଲଗଡ ବିଡ଼ିଓ , ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ବିଭାଗଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ।
ସୂଚନା ଥାଉକି, କିଛିଦିନ ହେବ ସ୍ଥାନୀୟ ଅଂଚଳରେ ଛତୁଫୁଟିଲା ଭଳି ମଦ ଦୋକାନ ଖୋଲିଛି। ଫଳରେ ନିଶାଡ଼ିଙ୍କ ଦୌରାତ୍ମ୍ୟ ବଡ଼ିଚାଲିଛି । ପୂର୍ବରୁ ସ୍ଥାନୀୟ ଲୋକେ ଏନେଇ ବହୁବାର ଅଭିଯେୠ କରିଥିଲେ ହେଁ ସରକାର ସେମିତି କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଟାନ ନେଇଥବାର ନଜିର୍ ନାହିଁ । ଗୋପାଳପୁର ଗ୍ରାମପଞ୍ଚାୟତର ଆଦିବାସୀ ମହିଳା,ବୁଦ୍ଧିଜୀବି, ଶାନ୍ତିପ୍ରିୟ ଲୋକମାନେ ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସରକାରଙ୍କୁ ପୁନର୍ବାର ଅନୁରୋଧ କରିଛନ୍ତି । ଯଦି ଏହାର କୌଣସି ସୁଫଳ ନମିଳେ ତେବେ ଆଗକୁ ମହିଳାମାନେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ।