ଇଣ୍ଡିଗୋ ଉପରେ ୫ ଲକ୍ଷ ଜରିମାନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଡିଜିସିଏ (ଡାଇରେକ୍ଟର ଜେନରାଲ ସିଭିଲ ଏଭିଏସନ) ତରଫରୁ ଇଣ୍ଡିଗୋ କମ୍ପାନୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ନ ଚଢାଇଦେବା ଅଭିଯୋଗରେ ଡିଜିସିଏ ତରଫରୁ ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରିଛି ।

ସୂଚନା ମୁତାବକ ଚଳିତ ମାସ ୭ ତାରିଖରେ ଝାଡଖଣ୍ଡର ରାଞ୍ଚି ବିମାନ ବନ୍ଦରରେ ଜଣେ ଦିବ୍ୟାଙ୍ଗ ପିଲା ବିମାନରେ ଚଢିବାକୁ ଯାଉଥିବା ବେଳେ ଇଣ୍ଡିଗୋ କମ୍ପାନୀର କର୍ମଚାରୀମାନେ ତାଙ୍କୁ ବିମାନରେ ଚଢିବାକୁ ଦେଇ ନଥିଲେ । ଏନେଇ ଅଭିଯୋଗ ହେବା ପରେ ଡିଜିସିଏ ତରଫରୁ ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କେବଳ ଜରିମାନା ନୁହେଁ ଡିଜିସିଏ ତରଫରୁ କମ୍ପାନୀକୁ ବି ଚେତାବନୀ ଦିଆଯାଇଛି । ଡିଜିସିଏ ତରଫରୁ କୁହାଯାଇଛି କି, କମ୍ପାନୀ ତାର ଗ୍ରାଉଣ୍ଡ କର୍ମଚାରୀଙ୍କୁ ଉଚିତ ତାଲିମ ଦେବାର ଆବଶ୍ୟକତା ରହିଛି । ଏହାସହ ଏଭଳି ସମ୍ବେଦନଶୀଳ ମାମଲା ଯଦି ଏହା ପରେ ଘଟେ ସେଥିପାଇଁ ଏୟାରଲାଇନ୍ସ କମ୍ପାନୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କହିରଖୁ କି ଇଣ୍ଡିଗୋ ଭାରତର ସବୁଠାରୁ ବଡ ଏୟାର ଲାଇନ୍ସ କମ୍ପାନୀ । କମ୍ପାନୀର ଶସ୍ତା ବିମାନ ଭଡା ଓ ପ୍ରକୃତ ସମୟରେ ଓଡାଣ ଓ ଅବତରଣ ନେଇ ଦେଶରେ ବେଶ୍ ନାମ ରହିଛି । ଘରୋଇ ବେସାମରିକ ବିମାନ ଚଳାଚଳ ବଜାରରେ କମ୍ପାନୀର ୫୦ ପ୍ରତିଶତ ଭାଗିଦାରୀ ରହିଛି । କମ୍ପାନୀ ପାଖରେ ୨୦୦ରୁ ଅଧିକ ବିମାନ ରହିଛି । କମ୍ପାନୀ ଘରୋଇ ଅର୍ନ୍ତଜାତୀୟ ବିମାନ ସେବା ଯୋଗାଇ ଦେଉଛି ।

Leave A Reply

Your email address will not be published.