ଓଡ଼ିଆ ନ୍ୟୁଜ୍: କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ।ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ। ପ୍ରଭାବିତ ଯାତ୍ରୀମାନଙ୍କୁ ରି-ସିଡ୍ୟୁଲିଂ ଚାର୍ଜ ଲଗାଇବା ମନା।ଅମାନ୍ୟ କଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଚେତାବନୀ। ଡେଡିକେଟେଡ୍ ଯାତ୍ରୀ ସହାୟତା ଓ ରିଫଣ୍ଡ ସେଲ୍ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ।ବ୍ୟାଗେଜକୁ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ କରି ଘରକୁ ଡେଲିଭରି ନିର୍ଦ୍ଦେଶ। ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଜରୁରୀକାଳୀନ ଯାତ୍ରୀଙ୍କୁ ସ୍ବତନ୍ତ୍ର ଧ୍ୟାନ ପରାମର୍ଶ।
ସେପଟେ ଇଣ୍ଡିଗୋ ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଗଲା । ସମ୍ପୂର୍ଣ୍ଣ ସମସ୍ୟାର ବିବରଣୀ ଦିଆଯାଇଛି । ଇଣ୍ଡିଗୋ ସିଇଓ ସହ ଯୋଗାଯୋଗ କରିଛି PMO। ସମସ୍ୟାର ସମାଧାନ ପାଇଁ ୧୦ ଦିନ ମହଲତ ନେଲା ଇଣ୍ଡିଗୋ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ। ଏଥିସହ ବିନା କୌଣସି ଚାର୍ଜେସ ନକାଟି ଯେଉଁମାନେ ଯେତିକି ଟଙ୍କା ଦେଇ ଟିକେଟ କାଟିଥିଲେ ସେମାନଙ୍କୁ ସେତିକି ଟଙ୍କା ଫେରାଯିବ। ଯାତ୍ରୀଙ୍କୁ ଟଙ୍କା ନଫେରାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାତ୍ରୀଙ୍କୁ ଟଙ୍କା ଫେରାଇବା ପାଇଁ ସ୍ବତନ୍ତ୍ର ଭାବେ ଟିକେଟ ରିଫଣ୍ଡ ସେଲ୍ ଗଠନ କରିବାକୁ କୁହାଯାଇଛି। ଇଣ୍ଡିଗୋ ସଙ୍କଟ ଯୋଗୁଁ ଯେଉଁ ଯାତ୍ରୀ ମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ସହ ଯୋଗାଯୋଗରେ ରହିବ ଇଣ୍ଡିଗୋ।